ନେଟଙ୍ଗାରେ ବ୍ଳକ୍ ସ୍ତରୀୟ ଚକରା ବିଷୋୟୀ ଜୟନ୍ତୀ ପାଳିତ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଆଜି ଘୁମୁସର ମାଟିର ପ୍ରବାଦ ପୁରୁଷ ଚକରା ବିଷୋୟୀଙ୍କ ୨୦୦ ତମ ଜନ୍ମ ଜୟନ୍ତୀ ଉତ୍ସବ ବେଲଗୁଣ୍ଠା ବ୍ଳକ୍ ନେଟଙ୍ଗା ଠାରେ ଚକରା ବିଷୋୟୀ କ୍ଳବ୍ ପକ୍ଷରୁ ପାଳିତ ହୋଇଯାଇଛି I କ୍ଳବ୍ ସଭାପତି ରଞ୍ଜିତ୍ କୁମାର ପାତ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଅବସରପ୍ରାପ୍ତ ଶିକ୍ଷକ ଅଭିମନ୍ୟୁ ପଣ୍ଡା ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ସୁଶାନ୍ତ କୁମାର ଲେଙ୍କା ଏବଂ ସମ୍ମାନୀତ ଅତିଥି ଭାବେ ବୈଦ୍ୟନାଥ ତ୍ରିପାଠି, ଭାସ୍କର ଲେଙ୍କା,ନବୀନ ସୁନ୍ଦର ଗନ୍ତାୟତ, ପ୍ରହଲ୍ଲାଦ ଲେଙ୍କା, ଜୂରେଶ୍ୱର ଲେଙ୍କା ଏବଂ ରମା ବଲ୍ଲଭ ସ୍ଵାଇଁ ପ୍ରମୁଖ ଯୋଗ ଦେଇ ଚକରା ବିଷୋୟୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ I ଏହା ସହିତ ବହୁ ସ୍ଵାଧୀନତା ସଂଗ୍ରାମୀ ଏବଂ ବେଲଗୁଣ୍ଠା ବରିଷ୍ଠ କଳାକାର ସଂଘର ବହୁ ସଦସ୍ୟ ମଧ୍ୟ ଯୋଗ ଦେଇ ଚକରା ବିଷୋୟୀଙ୍କ ବୀରତ୍ୱର ଗାଥାକୁ ସାରା ଓଡ଼ିଶାରେ ପ୍ରଚାର ପ୍ରସାର କରିବା ସମ୍ପର୍କରେ ଆଲୋଚନା କରିଥିଲେ I ଚକରା ବିଷୋୟୀ କ୍ଳବ୍ ସମ୍ପାଦକ ରାଜେନ୍ଦ୍ର କୁମାର ଲେଙ୍କା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବୈଦ୍ୟନାଥ ତ୍ରିପାଠି ଧନ୍ୟବାଦ ଜ୍ଞାପନ କରିଥିଲେ I କାର୍ଯ୍ୟକ୍ରମକୁ ଚକରା ବିଷୋୟୀ କ୍ଳବ୍ ସଦସ୍ୟ ମାନେ ପରିଚାଳନା କରିଥିଲେ I


