ଅନାଥ ପିଲାଙ୍କ ମେଳରେ ଏଡିଅମ ବନାଇଲେ ନୂତନ ବର୍ଷ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗତକାଲି.୨୦୨୩ ଜାନୁୟାରୀ ୧ ତାରିଖ ନୂତନ ବର୍ଷ ଅବସରରେ ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମଶେଖର ପଣ୍ଡା ଅନଥ ପିଲାଙ୍କ ମେଳରେ ନବବର୍ଷକୁ ପାଳନ କରିଥିବା ଲକ୍ଷ୍ୟ କରାଯାଇଛି. ଶ୍ରୀ ପଣ୍ଡା ଗଜପତି ଜିଲ୍ଲାର ପ୍ରାଉଡ଼ ନାମକ ଏକ ଅନାଥ ଆଶ୍ରମରେ ଅନାଥ ପିଲାଙ୍କ ମେଳ ରେ ନବବର୍ଷକୁ ପାଳନ କରିଥିଲେ. ଶ୍ରୀ ପଣ୍ଡା ନବବର୍ଷ ଅବସରରେ ନୂତନ ବର୍ଷର କେକକୁ ଅନାଥ ପିଲାଙ୍କ ଦ୍ୱାରା କାଟି ନବବର୍ଷକୁ ସ୍ୱାଗତ ଜଣାଇଥିଲେ. ଏହି ଅବସରରେ ଶ୍ରୀ ପଣ୍ଡା ଅନାଥ ପିଲାଙ୍କୁ ଚକୋଲେଟ ଓ ମିଷ୍ଠାନ ପ୍ରଦାନ କରିବା ସହ ଅନାଥ ପିଲାଙ୍କୁ ନବବର୍ଷର ଗୀତ ଗାଇ ଆନନ୍ଦରେ ସେମାନଙ୍କୁ ନଚେଇଥିବା ମଧ୍ୟ ଲକ୍ଷ୍ୟ କରାଯାଇଥିଲା.ସାଧାରଣତ ନବବର୍ଷକୁ ଲୋକେ ନିଜ ନିଜ ସାଙ୍ଗସାଥିଙ୍କ ମେଳରେ କିମ୍ବା ପରିବାର ଓ ଆତ୍ମୀୟ ସ୍ୱଜନଙ୍କ ମେଳରେ ନବବର୍ଷକୁ ସ୍ୱାଗତ ଜଣାଇ ବିଭିନ୍ନ ଭାବେ ପାଳନ କରିଥାନ୍ତି. ହେଲେ ଗଜପତିର ଅତିରିକ୍ତ ଜିଲ୍ଲାପାଳ ଅନାଥ ଆଶ୍ରମରେ ରହୁଥିବା ଅନାଥ ପିଲାଙ୍କ ମେଳରେ ନିଆଁରା ଢଙ୍ଗରେ ନବବର୍ଷ ପାଳନ କରି ନିଜର ସ୍ୱତନ୍ତ୍ରତାର ପରିଚୟ ପ୍ରଦାନ କରିଛନ୍ତି.