ଶ୍ରେୟା ସ୍ୱୟଂସିନି ବେହେରାଙ୍କ ଜ୍ୟାମିତିକ କଳାପଟା କଲିକତା ବିଜ୍ଞାନମେଳାରେ ସ୍ଥାନ ପାଇବ
ହାଟଡିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲାସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ମେଳାରୁ ୭ଟି ପ୍ରକଳ୍ପ ରାଜ୍ୟସ୍ତରକୁ ମନୋନୀତ ହୋଇଥିଲା । ଗତ ୪ତାରିଖରୁ ୬ତାରିଖ ପର୍ଯ୍ୟନ୍ତ ବିଜେବି କଲେଜ ପରିସରରେ ରାଜ୍ୟସ୍ଥରୀୟ ବିଜ୍ଞାନ, ଗଣିତ, ପରିବେଶ ମେଳାରେ ମୋଟ ୨୧୦ଟି ପ୍ରକଳ୍ପ ସ୍ଥାନ ପାଇଥିବାବେଳେ ଏଥିରେ ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ଶ୍ରେୟା ସ୍ୱୟଂସିନି ବେହେରାଙ୍କ ପ୍ରକଳ୍ପ ‘ଜ୍ୟାମିତିକ କଳାପଟା, ଜ୍ୟାମିତିକ ଚିତ୍ରର ରେଖା, କୋଣ ଓ ଧର୍ମ’ ରାଜ୍ୟସ୍ତରରେ ଗଣିତ ବିଭାଗରେ ପ୍ରଥମସ୍ଥାନ ଅଧିକାର ହାସଲ କରିଛି । ରାଜ୍ୟସ୍ତରରୁ ପୁର୍ବାଞ୍ଚଳ ବିଜ୍ଞାନ ପ୍ରଦର୍ଶନୀ କୋଲକତାରେ ଆସନ୍ତା ଜାନୁୟାରୀ ୧୦ତାରିଖରୁ ୧୩ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏଥିରେ ୧୩ଟି ରାଜ୍ୟର ଛାତ୍ରଛାତ୍ରୀ ମାନେ ଭାଗନେବେ । ଶ୍ରେୟା ସେଠାରେ ନିଶ୍ଚିତ ଭାବେ ସଫଳତା ହାସଲ କରିବ ବୋଲି ତାଙ୍କ ବାପା ବାଙ୍ଗୋର ଗ୍ରାମର ଶିକ୍ଷାବିତ ତଥା ଜମ୍ଭୀରା ଆଶାଦେବୀ ହାଇସ୍କୁଲର ବିଜ୍୍ୟାନ ଶିକ୍ଷକ ପ୍ରଶାନ୍ତ କୁମାର ବେହେରା ଓ ମାତା ସଂଘମିତ୍ରା ବେହେରା ଆଶାବାଦୀ ଅଛନ୍ତି । କେନ୍ଦୁଝର ଜିଲ୍ଲାରୁ ଏକମାତ୍ର ଛାତ୍ରୀ ଭାବେ ପୁର୍ବାଞ୍ଚଳ ବିଜ୍ଞାନ, ଗଣିତ ଓ ପରିବେଶ ମେଳାରେ ଭାଗନେଉଥିବାରୁ ଜିଲ୍ଲା ଶିକ୍ଷା ଅଧିକାରୀ ପୁର୍ଣ୍ଣଚନ୍ଦ୍ର ସେଠୀ, ଜିଲ୍ଲା ବିଜ୍ଞାନ ସୁପରଭାଇଜର, ଆନନ୍ଦପୁର ବିଧାୟକ, ହାଟଡିହି ବିଇଓ ଏବଂ ଓଏଭିର ଅଧ୍ୟକ୍ଷ ତାଙ୍କୁ ଶୁଭେଚ୍ଛା ଜଣାଇବା ସହିତ ତାଙ୍କର ସଫଳତା କାମନା କରିଛନ୍ତି ।


