ଖଣି ବର୍ଯ୍ୟବସ୍ତୁରେ ଚାଲିଛି ମରାମତି

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ବାଙ୍ଗୋର ମଲ୍ଲିପସି ପ୍ରଧାନମନ୍ତ୍ରୀ ସଡକ ନିର୍ମାଣ କାର୍ଯ୍ୟ ଅତିନିମ୍ନମାନରୁ କାର୍ଯ୍ୟ ଯୋଗୁ ଦିନ କେଇଟା ଭିତରେ ରାସ୍ତାଟି ସମ୍ପୁର୍ଣ୍ଣ ନଷ୍ଟ ହୋଇ ଖାଲ ଖମାରେ ପରିଣତ ହୋଇଯାଇଛି । ପାଖାପାଖି ଦୁଇ କିଲୋମିଟର ରାସ୍ତା ନିର୍ମାଣ ପାଇଁ ୨କୋଟିରୁ ଉର୍ଦ୍ଧ ଟଙ୍କା ଟଙ୍କା ବ୍ୟୟ ବରାଦ କରାଯାଇ ଏହି ରାସ୍ତା ନିର୍ମାଣ ହୋଇଥିଲା । କିନ୍ତୁ ରାସ୍ତା ନିର୍ମାଣବେେଳେ ବିଭାଗୀୟ ଅଧିକାରୀ ମାନେ ଏହାର ଉପଯୁକ୍ତ ତଦାରଖ ନକରିବାରୁ ଠିକାଦାର ଯାହି ତାହି ଭାବେ ରାସ୍ତା ନିର୍ମାଣ ଶେଷ କରିଦେବାରୁ ଦିନ କେଇଟା ଭିତରେ ରାସ୍ତାଟି ସମ୍ପୁର୍ଣ୍ଣ ନଷ୍ଟଭ୍ରଷ୍ଟ ହୋଇଗଲା । ଏପରିକି ୫ବର୍ଷ ପର୍ଯ୍ୟନ୍ତ ଏହାର ମରାମତି କରିବା ଦାୟିତ୍ୱ ଠିକାଦାରଙ୍କ ଥିଲେ ମଧ୍ୟ ପରବର୍ତ୍ତି ସମୟରେ ଆଉ କିଛି କଲେନାହିଁ । ଏବେ ବିଭାଗୀୟ କର୍ତ୍ତୁପକ୍ଷଙ୍କ ତାଗିଦା ପରେ ଠିକାଦାର ରାସ୍ତା ମରାମତି କରିବାକୁ କାମ ଆରମ୍ଭ କରିଛି । ଖାଲଖମା ଗୁଡିକୁ ମେଣ୍ଟାଲ, ଚିପ୍ସ ଗୁଣ୍ଡରେ ପୋତିବାକୁ ଥିବାବେଳେ ସ୍ଥାନୀୟ ଇମ୍ଫା ଖଣିର ବର୍ଯ୍ୟବସ୍ତୁ ମାଟିକୁ ଆଣି ଖାଲ ପୋତି ରାସ୍ତା ମରାମତି କରାଯାଉଛି । ଯାହାକୁ ନେଇ ଅଞ୍ଚଳବୋସୀଙ୍କ ଭିତରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଯେପରିଭାବେ ଏହାକୁ ମରାମତି କରାଯାୁଛି ତାହା ପୁଣି ଦିନ କେଇଟା ଭିତରେ ନଷ୍ଟ ହୋଇଯିବାର ଆଶଙ୍କା କରାଯାଉଛି ବୋଲି ଧନୁର୍ଜୟପୁର ପଞ୍ଚାୟତ ସଭାପତି ଶରତ ଚନ୍ଦ୍ର ପଢ଼ିଆରୀ, ଦୁମ୍ବି ହୋ, ରମେଶ ନାଇକ, ବାଲ୍ମିକି ତାମୁଳିଆ, ଶ୍ରୀମତୀ ବାରିଆଲ, ସୁନିଆ ହୋ, ଗୌରୀ ପଦୁରିଆ, ଭାରତୀ ପାତ୍ରଙ୍କ ସମେତ ଶତାଧିକ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସେମାନେ ଏନେଇ ଏକ ଦାବିପତ୍ର ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକ୍ଷଣଯନ୍ତ୍ରୀ, ନିର୍ବାହୀଯନ୍ତ୍ରୀ, କେନ୍ଦୁଝର ଜିଲ୍ଲାପାଳ ପ୍ରମୁଖଙ୍କ ନିକଟକୁ ପଠାଇ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି । ଯଦି ବିଭଗୀୟ କର୍ତ୍ତୁପକ୍ଷ କୌଣସି ପଦକ୍ଷେପ ନନିଅନ୍ତି ତେବେ ଗ୍ରାମବାସୀମାନେ ଗ୍ରାମ୍ୟ ଉନ୍ନୟନ ବିଭାଗର କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି । ଏ ସମ୍ପର୍କରେ ବିଭାଗୀୟ କନିଷ୍ଠଯନ୍ତ୍ରୀଙ୍କୁ ପଚାରିବାରେ ସେ କହିଛନ୍ତି ଯେ ମୋ ଆସିବା ପୁର୍ବରୁ ସେହିରାସ୍ତା କାମ ସରିଥିଲା । ଏବେ ଖାଲଖମାରେ ପୁରିଯିବାରୁ ଠିକାଦାରଙ୍କୁ କହି ମରାମତି କରୁଛୁ । କଣ ହୋଇଛି ମୁଁ ଦେଖି ତାହାର ସମାଧାନ କରିବି ବୋଲି କହିଛନ୍ତି ।

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ