ଝାରେଡ଼ି ହାଇସ୍କୁଲରେ ବାର୍ଷିକ ଉତ୍ସବ ଅନୁଷ୍ଠିତ
ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ବ୍ଲକ ଅଧିନସ୍ଥ ଗାଣ୍ଡୁ ନାହାକ ହାଇସ୍କୁଲ ଝାରେଡ଼ି ରାଧା ଗୋବିନ୍ଦପୁରରେ ୨୯ତମ ବାର୍ଷିକୀ ଉତ୍ସବ ତଥା ଅନୁଷ୍ଠାନର ପ୍ରତିଷ୍ଠାତା ସ୍ବର୍ଗତ ଗାଣ୍ଡୁ ନାହାକଙ୍କର ୨୩ତମ ବାର୍ଷିକ ଅନୁଷ୍ଠିତ ହୋଇଯାଇଛି ।ବିଦ୍ୟାଳୟ ପରିସରରେ ଅବସ୍ଥାପିତ ପ୍ରତିମୂର୍ତିରେ ସ୍ଥାନୀୟ ସରପଞ୍ଚ ସିଦ୍ଧେଶ୍ୱର ନାହାକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଛାତ୍ରଛାତ୍ରୀ ଶ୍ରଦ୍ଧାଞ୍ଜଳି ପୁଷ୍ପମାଲ୍ୟ ଅର୍ପଣ ପରେ ପରେ ବାର୍ଷିକ କ୍ରୀଡ଼ାଉତ୍ସବ ତଥା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଥିଲା ।ଅପରାହ୍ନରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ବ୍ଲକ ଏବିଇଓ ଶ୍ରୀ ବିଜୟ ଚନ୍ଦ୍ର ବେହେରା ଯୋଗଦେଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ବିଜୟ କୁମାର ବିଶ୍ବାଳ ,ସମ୍ମାନିତ ଅତିଥି ଭାବେ ଖଣ୍ଡିଦେଉଳି ମହାବିଦ୍ୟାଳୟର ଅଧ୍ୟାପକ ମୋଚିରାମ ନାହାକ,ସରପଞ୍ଚ ସିଦ୍ଧେଶ୍ୱର ନାହାକ,ଅବସରପ୍ରାପ୍ତ ଆରକ୍ଷୀ ଅଧିକାରୀ ଗୋଲକ ଚନ୍ଦ୍ର ପଲେଇ,ପରିଚାଳନା କମିଟି ସଦସ୍ୟ ଇନ୍ଦ୍ରମଣି ନାହାକ,ସୁଧୀର ନାହାକ,ବାନାମ୍ବର ନାହାକ,ପୂର୍ବତନ ସରପଞ୍ଚ ତୋଫାନ ନାହାକ ପ୍ରମୁଖ ଯୋଗଦେଇଥିବା ବେଳେ ହାଇସ୍କୁଲର ପ୍ରଧାନ ଶିକ୍ଷକ ଝାଡେଶ୍ବର ତରେଇ ସଭାପତିତ୍ୱ ଆସନ ଅଳଙ୍କୃତ କରିଥିଲେ ।ଏହି କାର୍ଯ୍ୟକ୍ରମରେ ସନ୍ତୋଷପୁର ହାଇସ୍କୁଲର ଶିକ୍ଷକ ଶ୍ରୀ ପ୍ରକାଶ ଚନ୍ଦ୍ର ନାହାକ ସଂଯୋଜନା କରିଥିଲେ ।ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ ଅଲିଶା ନାହାକ ବକ୍ତୃତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସାଧାରଣଜ୍ଞାନରେ ପପୁ ନାହାକ,ଦୌଡ଼ରେ ମନ୍ମୟ ନାହାକ,ମ୍ୟୁଜିକ ଚେୟାରେ ପ୍ରାଚୀ ନାହାକ,କଣ୍ଠ ସଂଗୀତରେ ରଶ୍ମି ରଞ୍ଜିତା ପ୍ରଧାନ,ନୃତ୍ୟରେ ସୋନାଲି ନାହାକ ପ୍ରଥମ ସ୍ଥାନ ଅଧିକାର କରି ଅତିଥିମାନଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ ।ଏହି କାର୍ଯ୍ୟକ୍ରମରେ ବାମଦେବ ହାଇସ୍କୁଲ ଡିଆଁଡେଇଁ ,ଲଙ୍ଗଳେଶ୍ୱର ହାଇସ୍କୁଲ ଏଚ.ବୁରୁଡ଼ି,ଗାଣ୍ଡୁ ନାହାକ ହାଇସ୍କୁଲ ଝାରେଡ଼ିର ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ ।ପ୍ରତିଯୋଗିତାଗୁଡ଼ିକୁ ଖେଳ।ଶିକ୍ଷକ ସଂଜୀବ ନାୟକ ଓ ଅନ୍ୟାନ୍ୟ ଶିକ୍ଷକ।ଶିକ୍ଷୟତ୍ରୀ ପରିଚାଳନା କରିଥିଲେ ।ଏହାର ସଫଳ ରୂପାୟନ ପାଇଁ ପ୍ରତିଷ୍ଠାତାଙ୍କ ସୁପୁତ୍ର ପ୍ରଭାକର ନାୟକ ଆର୍ଥିକ।ସହାୟତା ଯୋଗାଇ ଦେଇଥିଲେ ।ସଭା ପରେ ପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ।କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମକୁ ସମସ୍ତ ଗ୍ରାମବାସୀ ଉପଭୋଗ କରିଥିଲେ ।


