ରାମକୃଷ୍ଣ ସ୍ମାରକୀ କ୍ରିକେଟ ଯୋଗିଆପଲି ଟିମ୍ ୭ ଓ୍ବିକେଟରେ ବିଜୟୀ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ହାଇସ୍କୁଲ ଖେଳ ପଡିଆରେ ବାଲାଜୀ କ୍ରିକେଟ କ୍ଲବ ପକ୍ଷରୁ ଚାଲିଥିବା ରାମକୃଷ୍ଣ ସ୍ମାରକୀ କ୍ରିକେଟ ଟୁ ର୍ନା ମେଣ୍ଟରେ ଶୁକ୍ରବାର ଅନୁଷ୍ଠିତ ମ୍ଯାଚରେ ତିଳେଶ୍ବର ଗ୍ରାମ କ୍ରିକେଟ ଟିମ୍ କୁ ହରାଇ ଯୋଗିଆପଲି କ୍ରିକେଟ ଟିମ୍ ୭ ଓ୍ବିକେଟରେ ବିଜୟୀ ହୋଇଛି। ମ୍ଯାଚକୁ ଦିଗପହଣ୍ଡି ଏନ୍ଏସିର ପୂର୍ବତନ ଅଧ୍ଯକ୍ଷ ଭି.ରବି ନାରାୟଣ ରାଜୁ ମୂଖ୍ଯଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ।ନଗର ବିଜେଡି ସଭାପତି ତାରାପ୍ରସାଦ ପଟ୍ଟନାୟକ, କାଉନସିଲର ନୀଳମାଧବ ଗୌଡ, ସୁଶାନ୍ତ କୁମାର ପାତ୍ର, ଗୌରାଙ୍ଗ ବେହେରା ଏବଂ କାଉନସିଲର ପ୍ରତିନିଧି ରମେଶ ଚନ୍ଦ୍ର ଜେନା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।ଆମ୍ପାୟାର ହରପ୍ରସାଦ ସେଠୀ ଏବଂ ସଂଗ୍ରାମ ମହାନ୍ତି ମ୍ଯାଚ ପରିଚାଳନା କରିଥିବା ବେଳେ ବାଲାଜୀ କ୍ଲବ ସଦସ୍ୟ ବୃନ୍ଦ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।


