ଗୋବିନ୍ଦପୁର ରେ ନେଟଙ୍ଗା ବିଜେଡ଼ି ବନ୍ଧୁମିଳନ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଲକ ନେଟଙ୍ଗା ପଞ୍ଚାୟତ ବିଜୁ ଜନତା ଦଳ ନୂତନ ବରଷ ବନ୍ଧୁ ମିଳନ ପଞ୍ଚାୟତ ବିଜେଡ଼ି ସଭାପତି ସୁକାନ୍ତ କୁମାର ଲେଙ୍କା ଙ୍କ ଅଧକ୍ଷତା ଅନୁଷ୍ଠିତ ହୋଇଥିଲା l ଅତିଥି ରୂପେ ସ୍ଥାନୀୟ ସରପଞ୍ଚ ସୁପ୍ରଭା ଗୌଡ଼, ସମିତି ସଭ୍ୟ ରାଜୀବ ଲୋଚନ, ବ୍ଲଡ଼ ବିଜେଡ଼ି ଉପସଭାପତି ନିକୁଞ୍ଜ ବିହାରୀ ଖଣ୍ଡୁଆଳ ଯୋଗଦେଇ କର୍ମୀ ମାନଙ୍କ ଅଭିଯୋଗ କୁ ଗ୍ରହଣ କରି ସମାଧାନ କରିଥିଲେ l ନୂତନ ବରଷ ର ଅଭିନନ୍ଦନ ସହ ସମସ୍ତଙ୍କ ସହଯୋଗ ରେ ପଞ୍ଚାୟତ କୁ ଆଗେଇ ନେବାପାଇଁ ଅତିଥିମାନେ ପରାମର୍ଶ ଦେଇଥିଲେ l କାର୍ଯ୍ୟକ୍ରମ ରେ ଯୁବନେତା ଅରୁଣ ମହାପାତ୍ର, ଅକ୍ଷୟ ଗୌଡ଼, ସୁରେନ୍ଦ୍ର ନାୟକ, ଯତୀନ ବେହେରା, ଚନ୍ଦନ ପଣ୍ଡା,ସୂର୍ଯ୍ୟମଣି ଗନ୍ତାୟତ,ୱାର୍ଡ ସଭ୍ୟ ଗଣେଶ ଗୌଡ଼, ଜୁରେଶ୍ୱର ଲେଙ୍କା, ପ୍ରଫୁଲ୍ଲ ନାୟକ,ତାରେଶ୍ୱର ପାତ୍ର,ନାୟବସରପଞ୍ଚ ସନାତନ ମହାନ୍ତି ,ଦିଲ୍ଲୀପ ଜେନା ଯୋଗଦେଇଥିଲେ l ସରପଞ୍ଚ ପ୍ରତିନିଧି ଦେବେନ୍ଦ୍ର ଗୌଡ଼ ଧନ୍ୟବାଦ ଅର୍ପଣ କରିଥିଲେ l


