ସର୍ବ ଭାରତୀୟ ନିମାପଡ଼ା କପ୍

ନିମାପଡ଼ା, (ସନ୍ତୋଷ ଦାଶ):ସ୍ଥାନୀୟ ବାରବାଟି ପଡ଼ିଆରେ ଆଜି ୧୪ତମ ସର୍ବଭାରତୀୟ ନିମାପଡ଼ା କପ କ୍ରିକେଟର ଦ୍ବିତୀୟ ଦିବସରେ ପରସ୍ପରକୁ ଭେଟିଥିଲେ ଭୁବନେଶ୍ୱର ର କ୍ରାଉନ ସ୍ପୋଟିଙ୍ଗ ଓ କଟକର ସୋଲାର କ୍ଲବ।ଟସ୍ ଜିତି ବ୍ୟାଟିଂ ନିଷ୍ପତି ନେଇ କ୍ରାଉନ ସ୍ପୋଟିଙ୍ଗ ପଡିଆକୁ ଓହ୍ଲାଇ ନିର୍ଧାରିତ ଓଭରରେ ସମସ୍ତ ଉଇକେଟ ହରାଇ ୧୩୫ରନ୍ ସଂଗ୍ରହ କରିଥିଲା।ଦଳ ପକ୍ଷରୁ କିଶାନ ରଥ ୩୨ରନ୍,ଆକାଶ ଗୋଛାୟତ ୨୮ରନ୍ ଓ ରଶ୍ମିରଞ୍ଜନ ସାହୁ ୨୩ରନ୍ କରିଥିଲେ।ପ୍ରତିପକ୍ଷ ବୋଲର ପ୍ରଦୀପ ଦାସ ୨୯ ରନ୍ ଦେଇ ୪ଟି ଉଇକେଟ ଓ ରୋହିତ ହାଡ଼ରେ ୨୨ରନ ଦେଇ ୨ଟି ଉଇକେଟ୍ ଅକ୍ତିଆର କରିଥିଲେ।ଜବାବରେ ସୋଲାର ନିର୍ଦ୍ଧାରିତ ଓଭରରେ ଆବଶ୍ୟକ ରନ୍ ସଂଗ୍ରହ କରି ୨ଉଇକେଟରେ ବିଜୟ ଲାଭ କରିଥିଲା।ଦଳ ପକ୍ଷରୁ ବିଶାଳ କର ୫୭ରନ୍ ଓ ଗିରିଜା ବାରିକ ୧୬ରନ ସଂଗ୍ରହ କରିଥିଲେ।ପ୍ରତିପକ୍ଷ ବୋଲର ଲକ୍ଷ୍ମୀଧର ପ୍ରଧାନ ୩ଟି,ବ୍ରତିସୁନ୍ଦର ଓ ସୂର୍ଯ୍ୟକାନ୍ତ ଭୁତିଆ ୨ଟି ଲେଖାଏଁ ଉଇକେଟ ନେଇଥିଲେ। କ୍ରାଉନକୁ ହରାଇ ସୋଲାର ସେମିଫାଇନାଲରେ ପ୍ରବେଶ କରିଛି।ବିଶାଳ କର ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ।ଅଭିନନ୍ଦନ ପାତ୍ର ଓ ତ୍ରିଭୁବନ ଦାଶ ଅମ୍ପେୟାର ଭାବେ ମ୍ୟାଚ ପରିଚାଳନା କରିଥିଲେ।ଅତିଥି ଭାବେ ଆସୋସିଏସନ୍ ଉପସଭାପତି ଦୋଳଗୋବିନ୍ଦ ସେଠୀ,ପବିତ୍ର ଭୋଇ, ଅମରେଶ ନନ୍ଦନ ସାହୁ,ସମ୍ପାଦକ ଜୀବନାନନ୍ଦ ମହାପାତ୍ର,ସୁବ୍ରତ କୁମାର ମହାନ୍ତି ଓ କାଉନସିଲର ରାଜକିଶୋର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।ଆସନ୍ତାକାଲି ପ୍ରଥମ ସେମି ଫାଇନାଲ ରେ ପରସ୍ପରକୁ ଭେଟିବେ କଟକ ର ସୋଲାର କ୍ଲବ ଓ ଭୁବନେଶ୍ୱରର ଏକାଦଶ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ