ସର୍ବଭାରତୀୟ ନିମାପଡ଼ା କପ୍ ବିଡାନାସୀ କୁ ହରାଇ ନିମାପଡ଼ା ସେମି ରେ

ନିମାପଡ଼ା, (ସନ୍ତୋଷ ଦାଶ):ସ୍ଥାନୀୟ ବାରବାଟି ପଡ଼ିଆରେ ଚାଲିଥିବା ୧୪ତମ ସର୍ବଭାରତୀୟ ନିମାପଡ଼ା କପ କ୍ରିକେଟର ଚତୁର୍ଥ ଦିବସରେ ଆଜି ପରସ୍ପରକୁ ଭେଟିଥିଲେ କଟକର ବିଡାନାସୀ କ୍ରିକେଟ ଏକାଡେମୀ ଓ ନିମାପଡ଼ା ଆଥଲେଟିକ୍ ଆସୋସିଏସନ୍।ଟସ୍ ଜିତି ବୋଲିଙ୍ଗ ନିଷ୍ପତି ନେଇ ବିଡାନାସୀ ପଡିଆକୁ ଓହ୍ଲାଇଥିଲା। ଆଥଲେଟିକ୍ ଆସୋସିଏସନ୍ ପ୍ରଥମେ ବ୍ୟାଟିଂ କରି ନିର୍ଧାରିତ ଓଭରରେ ସମସ୍ତ ଉଇକେଟ ହରାଇ ୧୧୦ରନ୍ ସଂଗ୍ରହ କରିଥିଲା।ଦଳ ପକ୍ଷରୁ ବିଶ୍ଵଜିତ ତ୍ରିପାଠୀ ୩୪ରନ୍ ଓ ଜ୍ୟୋତିରଞ୍ଜନ ବିଶ୍ଵାଳ ୨୪ ରନ୍ କରିଥିଲେ।ପ୍ରତିପକ୍ଷ ବୋଲର ଦୀପକ ରଞ୍ଜନ ବେହେରା ୩ଟି ଓ ଶୁଭ୍ରାଂଶୁ ବିକି ୨ଟି ଉଇକେଟ ନେଇଥିଲେ।ଜବାବରେ ବିଡାନାସୀ ବ୍ୟାଟିଂ କରି ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୨୩.୨ଓଭରରେ ସମସ୍ତ ଉଇକେଟ ହରାଇ ୯୮ ରନ୍ ସଂଗ୍ରହ କରି ପରାଜୟ ବରଣ କରିଥିଲା।ଦଳ ପକ୍ଷରୁ ବାବୁନା ସେନାପତି ୨୪ ରନ୍ ସଂଗ୍ରହ କରିଥିଲେ।ପ୍ରତିପକ୍ଷ ବୋଲର ଲୋହିତ ମହାନ୍ତି ଏବଂ ସ୍ବାଗତ ସତ୍ୟମ୍ ଉଭୟ ୩ଟି ଲେଖାଏଁ ଉଇକେଟ ନେଇଥିଲେ।ଏଣୁ ବିଡାନାସୀକୁ ୧୨ ରନରେ ହରାଇ ଆଥଲେଟିକ୍ ଆସୋସିଏସନ୍ ସେମିଫାଇନାଲରେ ପ୍ରବେଶ କରିଛି। ବିଶ୍ଵଜିତ ତ୍ରିପାଠୀ ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ।ନିର୍ମଳ ମିଶ୍ର ଓ ତ୍ରିଭୁବନ ଦାଶ ଅମ୍ପେୟାର ଭାବେ ମ୍ୟାଚ ପରିଚାଳନା କରିଥିଲେ।ସ୍କୋର ବୋର୍ଡରେ ରୋଶନଜିତ ରାୟ ଓ ଓମ୍ ରଞ୍ଜନ ପ୍ରଧାନ ସହାୟତା କରିଥିଲେ।ଅତିଥି ଭାବେ ଆସୋସିଏସନ୍ ସମ୍ପାଦକ ଜୀବନାନନ୍ଦ ମହାପାତ୍ର, ପ୍ରକାଶ ବରାଳ ଓ ମାନସ ଦେହୁରୀ ଯୋଗଦେଇ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ।ଆସନ୍ତା କାଲି ଇଷ୍ଟକୋଷ୍ଟ ରେଲୱେ ଓ କୋଲକାତାର ଖଡ଼ଗପୁର ପରସ୍ପରକୁ ଭେଟିବେ ବୋଲି କ୍ରିକେଟ କ୍ଲବ ସମ୍ପାଦକ ଅକ୍ଷୟ କୁମାର ବେହେରା ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ