ଭୋଦର ସ୍କୁଲ ରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଶିକ୍ଷା ଅଧିକାରୀ ଙ୍କ ଅଧିନସ୍ଥ ଭୋଦର ଉଚ୍ଚ ବିଦ୍ୟାଳୟ ର ସହକାରୀ ଶିକ୍ଷକ ଖାଜେ ଆଦିଲ ଙ୍କ ଅବସରକାଳୀନ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ସ୍କୁଲ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି ।ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଡେ ଜି ରାୟଙ୍କ ଦ୍ଵାରା ଆୟୋଜିତ ଏହି ବିଦାୟ କାଳୀନ ସଭାରେ ଭୋଦର ପଞ୍ଚାୟତ ସରପଂଚ ଚାରୁଲତା ବେହେରା, ସମିତି ସଭ୍ୟ ସୁନୀତା ସିଂ ,୨୧ ନମ୍ବର୍ ଜୋନ ର ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ନାୟକ, ନିଗମାନନ୍ଦ ମହିଳା ମହାବିଦ୍ୟାଳୟ ର ପରିଚାଳନା କମିଟି ସଭାପତି ଡଃ ସନ୍ତୋଷ ମିତ୍ର ଙ୍କ ସମେତ ମୋ ସ୍କୁଲ୍ ଅଭିଯାନ ର ସମସ୍ତ କର୍ମକର୍ତ୍ତା, ପୂର୍ବତନ ଶିକ୍ଷକ ବୃନ୍ଦ ଓ ସ୍କୁଲ୍ ର ସମସ୍ତ କର୍ମଚାରୀ ଯୋଗ ଦେଇ ଥିଲେ । ଉକ୍ତ ଶିକ୍ଷକ ଦୀର୍ଘ ବର୍ଷ ହେବ ଉକ୍ତ ସ୍କୁଲ୍ ରେ ଅଧ୍ୟାପନା କରି ସମସ୍ତ ଙ୍କର ପ୍ରିୟପାତ୍ର ହୋଇଥିଲେ । ଶେଷରେ ତାଙ୍କୁ ଏକ ପଟୁଆରରେ ଅଣାଯାଇ ଭୋଦର ଗ୍ରାମ ଓ ବଜାର ପରିକ୍ରମା କରାଇ ନିଜ ଗ୍ରାମରେ ଛାତ୍ର ଛାତ୍ରୀ ମାନେ ଛାଡିଥିଲେ ।