ସ୍ଵତନ୍ତ୍ର ଗ୍ରାମସଭା ଓ ବିଶ୍ୱ କପ୍ ହକି ଉଦଘାଟନ ନାମ ରେ ପ୍ରତି ପଞ୍ଚାୟତ ରେ ଜମିଲା ଭୋଜିଭାତ
ନିମାପଡ଼ା, (ସନ୍ତୋଷ ଦାଶ):ଗତ କାଲି ବୁଧବାର ଦିନ କଟକ ଠାରେ ଏକ ରଙ୍ଗାରଙ୍ଗ ସମାରୋହ ରେ ଉଦଘାଟିତ ହେଲା ବିଶ୍ବ ହକି କପ୍। ଏପଟେ ସରକାର ଙ୍କ ପକ୍ଷରୁ ଉକ୍ତ ଉତ୍ସବ କୁ ଦେଖିବାକୁ ଓ ସ୍ଵତନ୍ତ୍ର ଗ୍ରାମ ସଭା କରିବାକୁ ପ୍ରତି ପଞ୍ଚାୟତ କୁ ଦିଆଗଲା ନିର୍ଦ୍ଦେଶ।ଯୋଗାଇ ଦିଆଗଲା ପ୍ରାୟ ୩୦ ହଜାର ଟଙ୍କା ର ସ୍ଵତନ୍ତ୍ର ଅନୁଦାନ। ଏହା ପଞ୍ଚାୟତ ର ନିର୍ବାଚିତ ଲୋକ ପ୍ରତିନିଧି ଓ ସେମାନଙ୍କ ସମର୍ଥକ ମାନଙ୍କ ପାଇଁ ପାଲଟିଲା ପୁଷମାସ।ପ୍ରତି ପଞ୍ଚାୟତ ରେ ଲାଗିଲା ବଡ଼ ବଡ଼ ଏଲ ଇ ଡି ସ୍କ୍ରିନ। ବିଦ୍ୟୁତ ଥାଉ କି ନ ଥାଉ, ଲୋକ ଦେଖନ୍ତୁ କି ନ ଦେଖନ୍ତୁ। ସବୁ ନିର୍ଦ୍ଦେଶ ଦିଆ ଯାଇଥିଲା ସରକାର ଙ୍କ ପକ୍ଷରୁ। ଏଲ ଇ ଡି ସ୍କ୍ରିନ ଭଡ଼ା ପାଇଁ ବ୍ୟୟ ଅଟକଳ ଥିଲା ୬ହଜାର ଟଙ୍କା, ସେହିପରି ଲୋକମାନଙ୍କ ବସିବା ଆୟୋଜନ ପାଇଁ ୪ ହଜାର ଟଙ୍କା , ଚା ଓ ସ୍ନାକ୍ସ ପାଇଁ ୧୦ ହଜାର ଟଙ୍କା, ଉପସ୍ଥିତ ଯୁବକ/ଯୁବତୀ ଙ୍କ ପ୍ରାଇଜ ପାଇଁ ୧୫୦୦ ଟଙ୍କା, ସାଉଣ୍ଡ ବ୍ୟବସ୍ଥା ପାଇଁ ୨୩୦୦ ଟଙ୍କା, ପୋଷ୍ଟର, ବ୍ୟାନର ଲଗାଇବାକୁ ୪୫୦୦ ଟଙ୍କା, ପ୍ରତି ପଞ୍ଚାୟତ ରେ ଏକ ସେଲ୍ଫି ପଏଣ୍ଟ ପାଇଁ ୫୦୦ ଟଙ୍କା, ଗ୍ରାମସଭା ର ଅତିଥି ଙ୍କ ଖର୍ଚ୍ଚ ଓ ସାଜସଜ୍ଜା ପାଇଁ ୧୨୦୦ ଟଙ୍କା ଏହିପରି ସମୁଦାୟ ପ୍ରାୟ ୩୦ ହଜାର ଟଙ୍କା ବ୍ୟୟ କରିବାକୁ ପ୍ରତି ପଞ୍ଚାୟତ କୁ ନିର୍ଦ୍ଦେଶ ରହିଥିଲା। ଏହି ଅନୁଦାନ ପାଇ ନିଜ କାର୍ଯ୍ୟ ରେ ଲାଗିପଡିଥିଲେ ନେତା ଠୁଁ ଶାସକ ଦଳ କର୍ମୀ। ବୁଧବାର ହୋଇଥିବାରୁ ଛେଳି ମାଂସ ଆଣି ଭୋଜି କରିଥିଲେ ସମସ୍ତେ। ବିଶ୍ଵ ହକି କପ୍ ଉଦଘାଟନ ଉତ୍ସବ ପାଇଁ ଉତ୍ସବ ମୁଖର ହୋଇ ପଡ଼ିଥିଲା ପ୍ରତି ପଞ୍ଚାୟତ କାର୍ଯ୍ୟାଳୟ। ପଞ୍ଚାୟତ ସ୍ଥରୀୟ ଶାସକ ଦଳ ନେତା ଓ କର୍ମୀ ଙ୍କ ପାଇଁ ସରକାର ଙ୍କ ର ଏହା ନୂଆବର୍ଷ ଭୋଜି ବୋଲି ସାଧାରଣ ରେ ଆଲୋଚନା ହୋଇଥିଲା।