୧୯୯୮ ସ୍ନାତକ ବ୍ୟାଚର ବନ୍ଧୁମିଳନ

ନିମାପଡ଼ା, (ସନ୍ତୋଷ ଦାଶ):ବନ୍ଦର ନଗରୀ ପାରାଦୀପ ସ୍ଥିତ ପାରାଦୀପ ମହାବିଦ୍ୟାଳୟର ୧୯୯୮ ବ୍ୟାଚ୍ ସ୍ନାତକ ଛାତ୍ରଛାତ୍ରୀ ଙ୍କ ରଜତ ଜୟନ୍ତୀ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ପାରାଦୀପ ଗଲ୍ଫ କ୍ଲବ ପରିସରରେ ଆୟୋଜିତ “ହାପି ଆୱର” କାର୍ଯ୍ୟକ୍ରମରେ ପରାଦୀପ ମହାବିଦ୍ୟାଳୟର ୧୯୯୮ ବ୍ୟାଚ ଗ୍ରାଜୁଏଟ୍ ହୋଇଥିବା ୨୦୦ଶହରୁ ଅଧିକ ଛାତ୍ରଛାତ୍ରୀ ସେମାନଙ୍କ ପରିବାର ସଦସ୍ୟଙ୍କ ସହ ଏହି ରଜତ ଜୟନ୍ତି ବନ୍ଧୁମିଳନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ଏହି ବ୍ୟାଚ୍ର ଛାତ୍ରଛାତ୍ରୀ ମାନେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ହୋଇ ବେଶ ସୁନାମ ଅର୍ଜନ କରିଛନ୍ତି ।ଏହି ରଜତ ଜୟନ୍ତୀ କାର୍ଯ୍ୟକ୍ରମରେ ପାରାଦୀପ ମହାବିଦ୍ୟାଳୟର ୧୦ରୁ ଅଧିକ ଅଧ୍ୟାପକଙ୍କୁ ପୁରାତାନ ଛାତ୍ରଛାତ୍ରୀ ମାନେ ସମ୍ବର୍ଦ୍ଦନା ଜ୍ଞାପନ କରିଥିଲେ । ଦୀର୍ଘ ୨୫ବର୍ଷ ପରେ ସାଙ୍ଗସାଥୀ ମାନଙ୍କ ସହ ସେମାନଙ୍କ କଲେଜ ଜୀବନର ବିଭିନ୍ନ ସ୍ମୃତି ଓ ଅନୁଭୁତିକୁ ବାଣ୍ଟିଥିଲେ । ଅଧ୍ୟାପକ ମାନେ ମଧ୍ୟ ସେ ସମୟର ଛାତ୍ରଛାତ୍ରୀଙ୍କରଗୁରୁ ମାନଙ୍କ ପ୍ରତି ସମ୍ମାନବୋଧ ସଂପର୍କରେ ନିଜର ଅନୁଭୁତି ବଖାଣିଥିଲେ । ଶେଷରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଦୀର୍ଘ ବର୍ଷ ପରେ ଏକାଠି ହୋଇଥିବା ସାଙ୍ଗସାଥୀ ମାନେ ପରସ୍ପରକୁ ଭାବବିହ୍ବଳ ବିଦାୟ ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ