ଯୋଗ୍ୟଚାଷୀ ଙ୍କ ନାମ ତାଲିକା ରୁ ବାଦ ପଡିଥିବାରୁ ମଣ୍ଡି ସମ୍ମୁଖରେ ସରପଞ୍ଚ ଙ୍କ ଧାରଣା
ନିମାପଡ଼ା, (ସନ୍ତୋଷ ଦାଶ):ସ୍ଥାନୀୟ ବ୍ଲକ ଅନ୍ତର୍ଗତ ସାଇଁଶ ଶାସନ ଗ୍ରାମ ପଂଚାୟତ ର ଧାନ ମଣ୍ଡିରେ ଅନିୟମିତତା ଅଭିଯୋଗ।ତାଲିକାରୁ ଅନେକ ଯୋଗ୍ୟ ଚାଷୀ ବାଦ ପଡିଛନ୍ତି।ଫଳରେ ମୁଣ୍ଡ ଝାଳ ତୁଣ୍ଡରେ ମାରି ଅମଳ କରିଥିବା ଧାନକୁ ବିକ୍ରି କରିପାରୁନି ଚାଷୀ। ଏହିଭଳି ଏକ ସଙ୍ଗୀନ୍ ଅଭିଯୋଗ ଆଣି ଆଜି ସାଇଁଶଶାସନ ଗ୍ରାମପଂଚାୟତ ର ସରପଞ୍ଚ ଦେବାଶିଷ ଆଚାର୍ଯ୍ୟ ଶତାଧିକ ଚାଷୀଙ୍କୁ ଧରି ମଣ୍ଡି ସମ୍ମୁଖରେ ଧାରଣା ରେ ବସିରହିଛନ୍ତି।ସୂଚନା ଅନୁଯାୟୀ ସାଇଁଶ ଶାସନ ଗ୍ରାମ ପଂଚାୟତରେ ୩୦୦ରୁ ଉର୍ଦ୍ଧ ଚାଷୀ ରହିଥିବା ବେଳେ ମଣ୍ଡିରେ ଧାନ ଦେବା ପାଇଁ ମାତ୍ର ୧୧୫ ଜଣଙ୍କର ତାଲିକା ଆସିଛି।ବାକି ଚାଷୀ ଏଥିରୁ ବାଦ ପଡିଛନ୍ତି।ଗତ ଥର ମଣ୍ଡିରେ ଧାନ ଦେଇଥିବା ଚାଷୀ ମାନଙ୍କର ନାମ ବର୍ତମାନ ତାଲିକାରେ ମଧ୍ୟ ନାହିଁ।ରାଜ୍ୟ ସରକାର ଚାଷୀମାନଙ୍କୁ ଧାନର ଉଚିତ୍ ମୂଲ୍ୟ ପାଇବା ପାଇଁ ମଣ୍ଡି ବ୍ୟବସ୍ଥା କରିଥିଲେ ମଧ୍ୟ ଚାଷୀମାନେ ଏଥିରୁ ବାଦ ପଡ଼ିଥିବାରୁ ଅସନ୍ତୋଷ ଦେଖାଦେଇଛି।ତୁରନ୍ତ ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ ବାଦ୍ ପଡ଼ିଥିବା ଚାଷୀମାନଙ୍କୁ ତାଲିକାରେ ଅନ୍ତର୍ଭୁକ୍ତ କରାଯିବାକୁ ଦାବି କରି ସରପଞ୍ଚ ଶ୍ରୀ ଆଚାର୍ଯ୍ୟ ମଣ୍ଡି ସମ୍ମୁଖରେ ଧାରଣା ଦେଇଛନ୍ତି । ଯେ ପର୍ଯ୍ୟନ୍ତ ଚାଷୀ ମାନଙ୍କ ନାମ ତାଲିକା ରେ ଦରଜ ନ ହୋଇଛି ସେ ପର୍ଯ୍ୟନ୍ତ ସେ ଧାରଣା ଦେବେ ବୋଲି ପ୍ରଶାସନ କୁ ଚେତାବନୀ ଦେଇଛନ୍ତି।