ବିଶ୍ୱଭାରତୀରେ ସଡ଼କ ସୁରକ୍ଷା ସପ୍ତାହ ପାଳନ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଳକ୍ ଗୋବରା ସ୍ଥିତ ବିଶ୍ୱଭାରତୀ ଆବାସିକ ବିଦ୍ୟାଳୟରେ ବେଲଗୁଣ୍ଠା ପଂଚାୟତ ସମିତି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକଙ୍କ ତତ୍ତ୍ୱାବଧାନରେ ସଡ଼କ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଅବୈତନିକ ବନ୍ୟ ପ୍ରାଣୀ ତତ୍ତ୍ୱାବଧାରକ ଶୂଳପାଣି ଶତପଥୀ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଭଞ୍ଜନଗର ଯାନବାହନ ତଦନ୍ତ ଅଧିକାରୀ ଭାଗିରଥୀ ନାୟକ, ସ୍ଥାନୀୟ ସରପଞ୍ଚ ସୁପ୍ରଭା ନାୟକ, ସମିତିସଭ୍ୟ ବିଭୂପାଦ ଜେନା, ବଡ଼ବୋର୍ସିଂ ସରପଞ୍ଚ ରାମେଶ୍ୱର ପାତ୍ର,ପରିବେଶ ପ୍ରେମୀ ବିଦେଶୀ ସାହୁ ଏବଂ ରଶ୍ମିତା ସାହୁ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ସଡକ ସୁରକ୍ଷାର ନିୟମ ସମ୍ପର୍କରେ ବୁଝାଇଥିଲେ I ଏହା ସହିତ ପ୍ରଥମ ଥର ପାଇଁ ଓଡ଼ିଶା ସରକାରଙ୍କ ଦ୍ଵାରା ରକ୍ଷକ କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ଭାଷାରେ ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଇଥିଲା I ସଡ଼କ ସୁରକ୍ଷା ସମ୍ପର୍କରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଏବଂ ପୁରସ୍କାର ବିତରଣ ମାଧ୍ୟମରେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଇଥିଲା I କାର୍ଯ୍ୟକ୍ରମ ଶେଷରେ ଅନୁଷ୍ଠାନର ସଭାପତି କୁଞ୍ଜବିହାରୀ ନାୟକ ଧନ୍ୟବାଦ ଜ୍ଞାପନ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ