ବାବା ସୋମେଶ୍ୱର କ୍ରିକେଟ ଟୁର୍ଣ୍ଣାମେଣ୍ଟ୍ ଫାଇନାଲ୍ କୋଟିବାଡ଼ିକୁ ହରାଇ ଝୋଲେରୀ ବିଜୟୀ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଖଇରପୁଟି ପଞ୍ଚାୟତ ଅନ୍ତର୍ଗତ ବଡ଼ସାଦରା ଆମ୍ବମାଳ ପଡିଆରେ ବାବା ସୋମେଶ୍ୱର କ୍ରିକେଟ ଟୁର୍ଣ୍ଣାମେଣ୍ଟ୍ ଫାଇନାଲ୍ ମ୍ୟାଚ୍ ରେ କୋଟିବାଡ଼ିକୁ ହରାଇ ଝୋଲେରୀ ଟିମ ବିଜୟୀ ହୋଇଛି l ଏହି ଟୁର୍ଣ୍ଣାମେଣ୍ଟ୍ ର ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ରୂପେ ବେଲଗୁଣ୍ଠା ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ ଯୋଗ ଦେଇଥିବା ବେଳେ ବ୍ଲକ ବିଜେଡ଼ି ସଭାପତି ଏସ ରାମେଶ୍ୱର ପାତ୍ର, ଗୋବରା ସରପଞ୍ଚ ସୁପ୍ରଭା ନାୟକ, ସମିତି ସଭ୍ୟ ବିଭୁପାଦ ଜେନା, ସମିତି ସଭ୍ୟ ଶଶାଙ୍କ ଚର୍ଚ୍ଚି, ପୂର୍ବତନ ସମିତି ସଭ୍ୟ ପ୍ରଭାତ ସ୍ୱାଇଁ, ଦିଲ୍ଲୀପ ଜେନା, ବାଇଚାନ୍ଦ ସ୍ୱାଇଁ, ସମାଜସେବୀ ପଞ୍ଚାନନ ନାୟକ ପ୍ରମୁଖ ସମ୍ମାନୀତ ଅତିଥି ରୂପେ ଯୋଗଦେଇ ବିଜୟୀ ଦଳ ଝୋଲରୀ କୁ ୧୫୦୦୦ ଟଙ୍କା ସହ ଟ୍ରଫି ଏବଂ ଉପବିଜେତା ଦଳ କୋଟିବାଡ଼ିକୁ ୧୦୦୦୦ ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ I ଏହା ସହିତ ମେନ ଅଫ ଟୁର୍ଣ୍ଣାମେଣ୍ଟ୍ ଏବଂ ଭଲ ଖେଳାଳୀ ଭାବେ କୋଟିବାଡ଼ିର ଚନ୍ଦନ, ମେନ ଅଫ ଦି ମ୍ୟାଚ୍ ଭାବେ ଝୋଲରିର ହାପି , ଶ୍ରେଷ୍ଠ ବୋଲର୍ ଭାବେ କୋଟିବାଡ଼ିର ମୁନାଙ୍କୁ ପୁରସ୍କୃତ କରିଥିଲେ l ୨୪ ଟି ଦଳ ଏଥିରେ ଅଂଶ ଗ୍ରହଣ କରିଥିଲେ l ଏହି ଟୁର୍ଣ୍ଣାମେଣ୍ଟ୍ ରେ ସାଗର ବିଷୋୟୀ, ସାନୁନ ବିଷୋୟୀ, ସଦାନନ୍ଦସ୍ୱାଇଁ , ବନମାଳୀ ଗୌଡ଼,ବେଣୁଧର ପ୍ରଧାନ, ବିନୋଦ ମହାପାତ୍ର, ରାଜେଶ ସ୍ୱାଇଁ, ଜଗନ ବେହେରା, ଶକ୍ତି ବିଷୋୟୀ, ସୌମ୍ୟ ରଞ୍ଜନ ବିଷୋୟୀ, ନଳିନୀ ଗୌଡ଼, ରାଜା ସ୍ୱାଇଁ, ଦୀପକ ଗୌଡ଼ ପ୍ରମୁଖ ସହଯୋଗ କରିଥିଲେ l