ଜିଲାପାଳଙ୍କ ଜନଅଭିଯୋଗ ଶୁଣାଣୀ ଶିବିର: ଆସିଲା ୪୭ ଅଭିଯୋଗ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ସମ୍ମିଳନୀ କକ୍ଷରେ ଜିଲାପାଳଙ୍କ ଜନଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଯୋଗ ଦେଇ ବିଭିନ୍ନ ପଞ୍ଚାୟତରୁ ଆସିଥିବା ୪୭ଟି ଅଭିଯୋଗର ଶୁଣାଣୀ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପାଲୀ, ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ଅତିରିକ୍ତ ଜିଲାପାଳ ରାମଦାସ ଟୁଡୁ, ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରତାପ ପ୍ରିତିମୟ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ସନ୍ତୋଷ କୁମାର ପାତ୍ର, ଉପଜିଲାପାଳ ମନୋଜ ପାତ୍ର, ବିଡିଓ ପ୍ରଦୀପ କୁମାର ସେଠୀ, ତହସିଲଦାର ଅଙ୍କିତା ବାରିକ, ବ୍ଲକ ଅଧ୍ୟକ୍ଷ ମନୋରଂଜନ ଘଡେଇ, ସି.ଡି.ଭି.ଓ ଡାକ୍ତର ଏସ୍‌.କେ.ମିଶ୍ର, ଜିଲା ସାମାଜିକ ମଙ୍ଗଳ ଅଧିକାରୀ, ସହକାରୀ ଜିଲାପାଳ, ଜିଲା ଯୋଗାଣ ଅଧିକାରୀ, ଜିଲା ଅବକାରୀ ବିଭାଗ ଡି.ଏସ୍‌.ପି, ଏବିଡିଓ ନିଶିକାନ୍ତ ଖୁଣ୍ଟିଆ, ବ୍ଲକ କୃଷି ଅଧିକାରୀ ଅନିରୁଦ୍ଧ ବେହେରା, ସହକାରୀ କୃଷି ଅଧିକାରୀ ତୁଷାରକାନ୍ତ ପତି, ସହକାରୀ କୃଷି ଉଦ୍ୟାନ ଅଧିକାରୀ ପାୟଲ ଚୌଧୁରୀଙ୍କ ସମେତ ସମସ୍ତ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ । ଅଭିଯୋଗ ମଧ୍ୟରେ ବାର୍ଦ୍ଧକ୍ୟ ଭତ୍ତା ୧୦, ଶିକ୍ଷକ ବଦଳି ୧, ପ୍ରଧାନମନ୍ତ୍ରୀ ଆବାସ ୧୮, ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ପ୍ରଦାନ ୧, ସ୍କୁଲ ପାଖକୁ ରାସ୍ତା ୧, ରାସନକାର୍ଡ ୬, ଜମିଜମା ୪, ରାସ୍ତା ଆଲୋକୀକରଣ ୧, ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ଟ୍ରାଇ ସାଇକେଲ ପ୍ରଦାନ ୧, ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ ୧, ରାସ୍ତା ଉପରେ କଲଭର୍ଟ ନିର୍ମାଣ ୧, କାଡାନାଳ ପୁନରୁଦ୍ଧାର ୧ ଆଦି ଅନ୍ତର୍ଭୁକ୍ତ ଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ