ଉଚ୍ଚ ମାନର କ୍ରୀଡା ପ୍ରଦର୍ଶନ ପାଇଁ ନିଷ୍ଠା ଓ ଉଦ୍ୟମ ଆବଶ୍ୟକ

ଆରଡି, (ଆଲୋକ ଚନ୍ଦ୍ର ନାୟକ):ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ପାଳସାହି ପଞ୍ଚାୟତର ଆଖଣ୍ଡଳମଣି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସୋମବାର ବାର୍ଷିକ କ୍ରିଡା ଆୟୋଜନ କରାଯାଇଥିଲା । ଏହି ଉପଲକ୍ଷେ ଅନୁଷ୍ଠିତ କ୍ରୀଡା ସଭାରେ ଶିକ୍ଷାନୁଷ୍ଠାନ ଅଧ୍ୟକ୍ଷ ଦିଲ୍ଲୀପ କୁମାର ମହାନ୍ତି ଅଧ୍ୟକ୍ଷତା କରିବା ସହ କ୍ରୀଡା ପତାକା ଉତ୍ତୋଳନ କରିଥିଲେ । ଅଧ୍ୟାପକ ଅମରେନ୍ଦ୍ର ପଣ୍ଡା ସଭା ପରିଚାଳନା କରିଥିଲେ । ବାବାମଣି ସ୍ନାତକ ମହାବିଦ୍ୟାଳୟ ପୂର୍ବତନ ଅଧ୍ୟକ୍ଷ ନିକୁଞ୍ଜ କିଶୋର ଜେନା ମୂଖ୍ୟ ଅତିଥି, ଅବସରପ୍ରାପ୍ତ ଅଧ୍ୟାପକ ତ୍ରିଲୋଚନ ସାହୁ, ଆଇନଜୀବୀ ରମେଶ ଚନ୍ଦ୍ର ବେହେରା, ଶିକ୍ଷାବିତ ଦୀପ୍ତି ରଞ୍ଜନ ନାୟକ, ଅଧ୍ୟାପିକା କନକଲତା ବେହେରା, ଅଧ୍ୟାପକ ଧୀରେନ ପାତ୍ର, ବାବାମଣି ସ୍ନାତକ ମହାବିଦ୍ୟାଳୟ ଅଧ୍ୟକ୍ଷ ସନ୍ତୋଷ କୁମାର ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ କ୍ରୀଡା ପାଠ୍ୟ ଖସଡା ସହ ସଂଶ୍ଳିଷ୍ଟ । ପ୍ରତିଯୋଗୀ ମାନେ ଉଚ୍ଚମାନର କ୍ରୀଡ଼ା ପ୍ରଦର୍ଶନ ପାଇଁ ନିଷ୍ଠା ଓ ଉଦ୍ୟମ ଜାରି ରଖିବା ଉଚିତ ବୋଲି ଅତିଥିମାନେ ମତ ପୋଷଣ କରିଥିଲେ । ବିଦ୍ୟାଳୟର ଅଧ୍ୟାପିକା ଶ୍ରଦ୍ଧାଞ୍ଜଳି ପାଢୀ ଅତିଥି ପରିଚୟ ପ୍ରଦାନ କରିଥିଲେ । କ୍ରୀଡା ଶିକ୍ଷକ ଅନିଲ କୁମାର ରାଉତ ସ୍ବାଗତ ଭାଷଣ ଦେଇଥିଲେ । ଶିକ୍ଷା କର୍ମଚାରୀ ନିବେଦିକା ଖଟୁଆ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ