ସଡ଼କ ସୁରକ୍ଷା ସଚେତନତା ସଭା,ଶୋଭାଯାତ୍ରା      

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ମଦନମୋହନ ପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପକ୍ଷରୁ ମଙ୍ଗଳବାର ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ସଚେତନତା ସଭା ଓ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସଚେତନତା ଧର୍ମୀ ବିଭିନ୍ନ ପ୍ଲା କାର୍ଡ ଧରି ଛାତ୍ରୀ ଛାତ୍ର ମାନେ ଗ୍ରାମ ପରିକ୍ରମା କରି ବିଦ୍ୟାଳୟ ରେ ପହଞ୍ଚିଥିଲେ।ପ୍ରଧାନଶିକ୍ଷକ ଶିବରାମ ପ୍ରଧାନ ଙ୍କ ସଂଯୋଜନା ରେ   ଆୟୋଜିତ ସଭା ରେ ମୂରଲୀଧର ପ୍ରଧାନ,ଜାଗିଲି ପ୍ରଧାନ,ଜଗନ୍ନାଥ ପ୍ରଧାନ,ଶର୍ମିଷ୍ଠା ପ୍ରଧାନ, ସଙ୍ଗୀତା ବେହେରା ପ୍ରମୁଖ ବହୁ ସଂଖ୍ୟକ ଗ୍ରାମବାସୀ ଉପସ୍ଥିତ ଥିଲେ ।ରାସ୍ତାରେ ଚଳପ୍ରଚଳ ସମୟରେ ଅମୂଲ୍ୟ ଜୀବନକୁ ରକ୍ଷା କରିବା ପାଇଁ କେଉଁ ସବୁ ନିୟମ ପାଳନ କରିବାକୁ ହେବ ସେ ନେଇ ଉପସ୍ଥିତ ଛାତ୍ରୀ ଛାତ୍ର ମାନଙ୍କୁ ସଚେତନ କରାଯାଇଥିଲା।ସହକାରୀ ଶିକ୍ଷୟତ୍ରୀ ଜ୍ୟୋତି ମହାରଣା,ଶିକ୍ଷକ ନରେନ୍ଦ୍ର ସାହୁ,ସୌମ୍ୟ ରଞ୍ଜନ ପ୍ରଧାନ ଓ ରାମଚନ୍ଦ୍ର ପ୍ରଧାନ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ