ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କିଶୋରୀ ସ୍ୱଚ୍ଛତା କାର୍ଯ୍ୟକ୍ରମ

ବୁଗୁଡା, (ଅନିଲ କୁମାର ମହାରଣା):ଓଡିଶା ସରକାର ମହିଳା ସଶକ୍ତିକରଣକୁ ଗୁରୁତ୍ବ ଦେଇ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକ୍ରମ ହାତକୁ ନେଇଥିବା ବେଳେ ମହିଳାମାନଙ୍କ ସ୍ବଛତାକୁ ପ୍ରାଧାନ୍ଯ ଦେଇ ସ୍କୁଲ ଓ କଲେଜ ସ୍ତରରେ ଛାତ୍ରୀମାନଙ୍କୁ ସଚେତନତା କରିବା ପାଇଁ କିଶୋରୀ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନ୍ୟତମ। ଜାନୁଆରୀ ୧୬ ତାରିଖ ଦିନ ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କିଶୋରୀ ସ୍ୱଚ୍ଛତା କାର୍ଯ୍ୟକ୍ରମ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ପ୍ରିନ୍ସପାଲ ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ର ଅଧ୍ୟକ୍ଷତା କରିଥିଲେ।ଏହି କାର୍ଯ୍ୟକ୍ରମରେ ବାଲିପଦର ସରପଞ୍ଚ ରାଜଲକ୍ଷ୍ମୀ ପ୍ରଧାନ ମୁଖ୍ଯ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସୁଲେଖିକା ତଥା ସମାଜସେବୀ ଡି.ପ୍ରଜ୍ଞାଶ୍ରୀ ଆଚାରୀ, ଅଧ୍ୟାପିକା ସ୍ମିତା ରାଣୀ ସାହୁ, ଅଧ୍ୟାପିକା ସୁଜାତା କୁମାରୀ ପଟ୍ଟନାୟକ, ସମାଜସେବୀ କୈଳାଶ ଚନ୍ଦ୍ର ପ୍ରଧାନ ଯୋଗଦେଇ ଛାତ୍ରୀମାନଙ୍କୁ ସ୍ବଛତା ଓ ସ୍ବାସ୍ଥ୍ଯ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରି ସଚେତନ କରାଇଥିଲେ। ଏହି ଅବସରରେ ଦୁଇ ଶହ ଛାତ୍ରୀଙ୍କୁ ନାକ୍ ପିନ୍ ବଣ୍ଟନ କରାଯାଇ ଥିଲା। ଶେଷରେ ସଂଯୋଜିକା ସ୍ମିତାରାଣୀ ସାହୁ ଧନ୍ଯବାଦ ଅର୍ପଣ କରି ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ