ହାଇ ସିକ୍ୟୁରିଟି ନମ୍ବର ପ୍ଲେଟରେ ତୃଟି

ପୋଲସରା, (ଅନିଲ କୁମାର ମହାରଣା):ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ରେ ତ୍ରୁଟି। ଏହି ଦୃଶ୍ୟ ଦେଖିବାକୁ ମିଳିଛି ପୋଲସରା ଅଞ୍ଚଳର କାର୍ଯ୍ୟାରତ ସାମ୍ବାଦିକ ମନୋଜ କୁମାର ଘଡେଇଙ୍କ ବୁଲେଟ୍ ଗାଡ଼ିରେ। ବୁଲେଟ୍ ଗାଡ଼ିର ପଛପଟ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଓଡ଼ି ୦୭ ଏଏ ୩୨୯୮ ଥିବା ବେଳେ ଆଗ ନମ୍ବର ପ୍ଲେଟରେ ଓଆର ୦୭ ଏଏ ୩୨୯୮ ଉଲ୍ଲେଖ ରହିଅଛି। ସେପଟେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବାକୁ ସରକାରଙ୍କ ପକ୍ଷରୁ ତାଗିଦ କରାଯାଇଛି। ଧାର୍ଯ୍ୟ ସମୟ ମଧ୍ୟରେ ସମସ୍ତ ଗାଡ଼ି ଚାଳକ ମାଲିକ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବା ପାଇଁ ସରକାରଙ୍କ ପକ୍ଷରୁ ସ୍ପଷ୍ଟ ସୂଚନା ରହିଛି । ବିନା ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ରେ ରାସ୍ତା ଉପରେ ଗାଡ଼ି ଗଡ଼ିଲେ ଦେବାକୁ ପଡିବ ମୋଟା ଅଙ୍କର ଜୋରିମାନା।ବିଭାଗୀୟ ତୃଟି ଯୋଗୁଁ ଶ୍ରୀ ଘଡେଇଙ୍କ ବୁଲେଟ୍ ଗାଡିର ହାଇସିକ୍ୟୁରିଟି ନମ୍ବର ପ୍ଲେଟରେ ଆଗ ପଛ ଓଆର ଲେଖାଥିବା ବେଳେ ପଛପଟ ଓଡ଼ି ଅକ୍ଷର ଲିଖିତ ହୋଇଛି। ତୃଟି ବିଷୟରେ ସଙ୍ଗେସଙ୍ଗେ ଅନଲାଇନ୍ ମାଧ୍ୟମରେ ତୃଟି ଓଆର ସଂଶୋଧନ କରି ନୂତନ ନମ୍ବର ପାଇଁ ମେଲ୍ କରାଯାଇଥିଲା । ହେଲେ ଆଜି ପର୍ଯ୍ୟନ୍ତ କୈଣସି ସୁଫଳ ମିଳି ପାରିଲା ନାହିଁ। ବିଭାଗୀୟ ତୃଟି ଥିବା ହାଇସିକ୍ୟୁରିଟି ନମ୍ବର ପ୍ଲେଟ ପାଇଁ ଯଦି ଅର୍ଥଦଣ୍ଡ ଦେବାକୁ ପଡେ ତେବେ ସେଥିପାଇଁ କିଏ ଦାୟୀ ରହିବ ବୋଲି ଶ୍ରୀ ଘଡେଇ ପ୍ରଶ୍ନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ