ଛାତ୍ରୀଙ୍କ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଘାଟିତ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ଶ୍ରୀ ବଳଦେବ ଜୀଉ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁକ୍ତ ଦୁଇ ଶ୍ରେଣୀ ପ୍ରଥମ ବର୍ଷ ଛାତ୍ରୀଙ୍କ ଅଷ୍ଟ ଦିବସୀୟ ଆତ୍ମ ସୁରକ୍ଷା ତାଲିମ ଶିବିର କାର୍ଯ୍ୟକ୍ରମ ଜାନୁଆରୀ ୧୮ ତାରିଖ ଦିନ ଉଦଘାଟିତ ହୋଇଯାଇଛି। ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା ଉକ୍ତ ତାଲିମ ଶିବିରକୁ ଉଦଘାଟନ କରିଥିଲେ। ଶିକ୍ଷାନୁଷ୍ଠାନର ପ୍ରିନ୍ସପାଲ ମନୋଜ କୁମାର ସ୍ୱାଇଁ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ତାଲିମ ଶିବିରର ପରାମର୍ଶଦାତା ଅଧ୍ୟାପକ ସତ୍ୟଶ୍ରୀ କୁମାର ଜେନାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ତାଲିମ ଶିବିରରେ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ସଂଯୋଜକ ଅମୃତ ସେଠୀ, ଗଗନ ବିହାରୀ ମଳିକ, ବିଭୁତି ଭୂଷଣ ମିଶ୍ର ଯୋଗଦେଇ ଆତ୍ମ ସୁରକ୍ଷା ତାଲିମର ଉପକାରୀତା ବିଷୟରେ ବକ୍ତବ୍ୟ ରଖିଥିଲେ। ମାଷ୍ଟର ଟ୍ରେନର ଭାବେ ଦିବ୍ୟାନୀ ସାହୁ, ପୂଜାରାଣୀ ପ୍ରଧାନ ଓ ରଚନା ପ୍ରଧାନ ଯୋଗଦେଇ ଛାତ୍ରୀମାନଙ୍କୁ ଆତ୍ମ ସୁରକ୍ଷା ତାଲିମ ପ୍ରଦାନ କାର୍ଯ୍ୟ ଆରମ୍ଭ କରିଥିଲେ। ଜାନୁଆରୀ ୧୮ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ଆଠ ଦିନ ପାଇଁ ଏହି ତାଲିମ ଶିବିର ଅନୁଷ୍ଠିତ ହେବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ