ବିରୂପା ମହାବିଦ୍ୟାଳୟରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଇନ୍ଦୁପୁର ବିରୂପା ମହାବିଦ୍ୟାଳୟର ସମାଜବିଜ୍ଞାନ ବିଭାଗ ଆନୁକୂଲ୍ୟରେ ବିଭାଗୀୟ ମୁଖ୍ୟ ପ୍ରେମାନନ୍ଦ ପ୍ରଧାନଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଅଭିଜିତ ବୋଷଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଓଡିଆ ବିଭାଗ ମୁଖ୍ୟ ଡଃ. ସଂଗ୍ରାମ କେଶରୀ ରାଉତ, ଇତିହାସ ବିଭାଗ ମୁଖ୍ୟ ନିଗମାନନ୍ଦ ନାୟକ, ରାଜନୀତି ବିଜ୍ଞାନ ବିଭାଗ ବରିଷ୍ଠ ଅଧ୍ୟାପକ ଅନୁପ କୁମାର ସେନାପତି ପ୍ରମୁଖ ଯୋଗଦେଇ ଅଧ୍ୟାପକ ଶ୍ରୀ ପ୍ରଧାନଙ୍କ ବ୍ୟକ୍ତିତ୍ୱ ଓ ଶିକ୍ଷାଦାନ ସହିତ ଅନ୍ୟାନ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନର ଅବତାରଣା କରିଥିଲେ । ସମାଜବିଜ୍ଞାନ ବିବାଗର ବରିଷ୍ଠ ଅଧ୍ୟାପକ ଭବାନୀ ପ୍ରସାଦ ପଣ୍ଡା ସଭା ପରିଚାଳନା କରିଥିବା ବେଳେ ଅଧ୍ୟାପିକା ଜସ୍ମ୍ମିନ ପ୍ରଧାନ ବକ୍ତବ୍ୟ ରଖିଥିଲେ । ଏହି ସଭାରେ ସମାଜବିଜ୍ଞାନ ବିଭାଗର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରି ଅଧ୍ୟାପକ ଶ୍ରୀ ପ୍ରଧାନଙ୍କ ଗୁଣଗାନ କରିବା ସହ ତାଙ୍କ ଅବସର ପରବର୍ତ୍ତି ସମୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କ କରୁଣାରୁ ଆନନ୍ଦରେ କଟୁ ବୋଲି ପ୍ରାର୍ଥନା କରିଥିଲେ । ଶାରୀରିକ ଶିକ୍ଷା ଶିକ୍ଷକ ଜ୍ୟୋତିର୍ମୟ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ