ଅପରାଧି ମାନଙ୍କୁ ଗିରଫ କରୁନଥିବା ପ୍ରତିବାଦରେ ରାସ୍ତାରୋକ

ହାଟଡ଼ିହି, (ବିକାଶ ବିଶ୍ୱାଳ):ଢ଼େଙ୍କା ହାଇସ୍କୁଲର ଗଣିତ ଶିକ୍ଷକ ଅନିରୁଦ୍ଧ ସ୍ୱାଇଁଙ୍କ ହତ୍ୟାଘଟଣାରେ ସଂପୃକ୍ତ ଥିବା ଅନ୍ୟ ଅପରାଧି ମାନଙ୍କୁ ପୁଲିସ ଗିରଫ କରୁନଥିବା ପ୍ରତିବାଦରେ ଆଜି ଆଜି ମୃତକଙ୍କ ପରିବାର ଲୋକେ ଓ ଗିରଫ ଅଭିଯୁକ୍ତଙ୍କ ପରିବାର ଲୋକେ ମରୈଗାଁ ଛକରେ ରାସ୍ତାରୋକ କରିଛନ୍ତି । ମୃତକଙ୍କ ଭାଇ କଳାକର ସ୍ୱାଇଁଙ୍କ ଅଭିେଯୋଗ ଅନୁଯାଇ ତାଙ୍କ ଭାଇ ଅନିରୁଦ୍ଧ ସ୍ୱାଇଁଙ୍କୁ ଗତ ନଭେମ୍ବର ୧୩ତାରିଖ ରାତିରେ ମରୈଗାଁର ଭଡାଘରେ ଅତି ଅମାନୁସିକ ଭାବେ ହତ୍ୟା କରାଯାଇଥିଲା । ଏନେଇ ଆମେ ଥାନାରେ ହତ୍ୟାକରୀଙ୍କ ବିରୁଦ୍ଧରେ ଅଭିଯୋଗ ମଧ୍ୟ କରିଥିଲୁ । କିନ୍ତୁ ପୁଲିସ ଉପଯୁକ୍ତ ତଦନ୍ତ କଲା ନାହିଁ । ଆମେ ବାରମ୍ବାର ଅଭିଯୋଗ କରିବାପରେ କଣିଆରୀ ଗ୍ରାମର ଅରୁପ ଯେନା ନାମକ ଜଣେ ଯୁବକକକୁ ଗିରଫ କରି କୋର୍ଟ ଚାଲାଣ କରିଦେଲା । ଏପରିକି ପରବର୍ତ୍ତୀ ସମୟରେ ଅରୁପକୁ ରିମାଣ୍ଡରେ ଆଣି ତଦନ୍ତ କରିବାକୁ ଆମେ ଦାବି କରୁଥିଲେ ମଧ୍ୟ ଆମ ଦାବିପ୍ରତି ପୁଲିସ କର୍ଣ୍ଣପାତ କରୁ ନାହିଁ । ପ୍ରକୃତ ହତ୍ୟାକାରୀ ମାନେ ଖୁଲାମଖୁଲା ବୁଲୁଥିବାବେଳେ ସେମାନଙ୍କୁ ଗିରଫ କରିବା ଲାଗି କୌଣସି ପଦକ୍ଷେପ ନେଉ ନଥିବା ଅଭିଯୋଗ କରି ଆମେ ଆଜି ରାସ୍ତାରୋକ କରିଛୁ ବୋଲି କହିଛନ୍ତି । ଅନ୍ୟପକ୍ଷରେ ଆମ ପୁଅ ନିର୍ଦ୍ଦୋଶ, ତାକୁ ମିଛରେ ପୁଲିସ ଗିରଫ କରିଛି । ସେ ସାଖି ହେବାକଥା କିନ୍ତୁ ତାକୁ ଅପରାଧି ସଜେଇ ପୁଲିସ ଗିରଫ କରିଛି ବୋଲି ମୃତକଙ୍କ ବାପା କହିଛନ୍ତି । ସେ ଜେଲରେ ଥାଇ ଆମକୁ ତାର ବୟାନ ଦେଇଛି । ଏଥିରେ ଅନ୍ୟମାନେ ସଂପୃକ୍ତ ଅଛନ୍ତି, କିନ୍ତୁ ତାର ସେହି ବୟାନ ଉପରେ ପୁଲିସ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି ବୋଲି ସେ ଅଭିଯୋଗ କରିଛନ୍ତି । ତାଙ୍କ ସହିତ ତାଙ୍କ ଗ୍ରାମର ୩୦ରୁ ଉର୍ଦ୍ଧ ମହିଳା ମଧ୍ୟ ଆଜି ରାସ୍ତାରୋକରେ ସାମିଲ ହୋଇଥିଲେ । ଆନ୍ଦୋଳନକାରୀ ମାନେ ଦିନ ୧୧ଟାରୁ ଗୋଟାଏ ପର୍ଯ୍ୟନ୍ତ ରାସ୍ତାରୋକ କରିବାରୁ ରାସ୍ତାର ଉଭୟ ପାଶ୍ୱର୍ରେ ଶହଶହ ଯାନବାହାନ ଅଟକ ରହିଥିଲା । ଅନେକ ଯାତ୍ରୀ ନାହିଁ ନଥିବା ଅସୁବିଧା ଭୋଗ କରିଥିଲେ । ପୁଲିସ ମଧ୍ୟ ସେମାନଙ୍କୁ ବୁଝାଇବାକୁ ସାହାସ କରିପାରି ନଥିଳା । ପରେ ଆନନ୍ଦପୁର ଥାନା ଓ ଘସିପୁରା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଯାଇ ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରାଯାଇଥିଲା । ଗିରଫ ଅଭିଯୁକ୍ତକୁ ରିମାଣ୍ଡରେ ଅଣାଯାଇ ତଦନ୍ତ କରିବାକୁ ପୁଲିସ ପ୍ରତିଶୃତି ଦେବାପରେ ଯାଇ ରାସ୍ତାରୋକ ହଟିଥିଲା । ଏ ସମ୍ପର୍କରେ ଥାନା ଆଇଆଇସି ଗଗନ ବିହାରୀ ବିଶ୍ୱାଳଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଆମେ ସମସ୍ତ ପ୍ରମାଣ ପାଇବାପରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । କିନ୍ତୁ ଆମେ ବାରମ୍ବାର କହୁଛୁ ଯଦି ଅନ୍ୟ ଲୋକଙ୍କ ସମ୍ପର୍କରେ କିଛି ପ୍ରମାଣ ବା ସାକ୍ଷୀ ଅଛି ଦିଅନ୍ତୁ ତେବେ ଆମେ ପୁନଃ ତଦନ୍ତ ପାଇଁ ପ୍ରସ୍ତୁତ ଅଛୁବୋଲି କହି ଆସୁଛୁ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ