ସଂଘର୍ଷପୁର୍ଣ୍ଣ ମ୍ୟାଚର ସୁପର ଓଭରରେ ଜିତିଲା ୟୁନାଇଟେଡ ବରହମପୁର
ହାଟଡିହି, (ବିକାଶ ବିଶ୍ୱାଳ):ଆଞ୍ଚଳିକ ଯୁବ ପରିଷଦ ପକ୍ଷରୁ ମଠ କପୁଣ୍ଡି ମିନି ଷ୍ଟାଡିୟମ ଠାରେ ଚାଲିଥିବା ୬ଷ୍ଠ ବାର୍ଷିକ ସର୍ବଭାରତୀୟ ମା ବାସୁଳୀ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜି ଦ୍ୱିତୀୟ ରାଉଣ୍ଡର ଦ୍ୱିତୀୟ କ୍ୱାଟର ଫାଇନାଲ ମ୍ୟାଚରେ ୟୁନାଇଟେଡ ଇଲେଭେନ ବରହମପୁର ଦକ୍ଷିଣପୁର୍ବ ରେଲୱେ ବୋକାରୋକୁ ସୁପର ଓଭରରେ ପରାସ୍ତ କରି ସେମିଫାନାଲରେ ପ୍ରବେଶ କରିଛି । ପ୍ରଥମେ ଟସଜିତି ୟୁନାଇଟେଡ ଇଲେଭେନ ବରହମପୁର ବୋଲିଂ କରିବାକୁ ନିଷ୍ପତି ନେଇ ଦକ୍ଷିଣପୁର୍ବ ରେଲୱେ ବୋକାରୋକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଦକ୍ଷିଣପୁର୍ବ ରେଲୱେ ନିର୍ଦ୍ଧାରିତ ୨୦ଓଭର ମଧ୍ୟରେ ସମସ୍ତ ଉଇକେଟ ହରାଇ ମାତ୍ର ୮୯ରନ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ପ୍ରେମ କୁମାର ସର୍ବାଧିକ ୩୧ରନ କରିଥିବାବେଳେ ଆକ୍ରମ ଖାଁ ୨୦ରନ ଦେଇ ୪ଟି ଉଇକେଟ ଅକ୍ତିଆର କରିଥିଲେ । । ଏହାର ଜବାବରେ ୟୁନାଇଟେଡ ଇଲେଭେନ ବରହମପୁର ୨୦ଓଭରରେ ୯ଉଇକେଟ ହରାଇ ସମାନ ସଂଖ୍ୟକ ୮୯ରନ କରିଥିଲା । ପରେ ଅନୁଷ୍ଠିତ ସୁପର ଓଭରରେ ୟୁନାଇଟେଡ ବରହମପୁର ୯ରନ କରିଥିବାବେଳେ ଦକ୍ଷିଣପୁର୍ବ ରେଲୱେ ମାତ୍ର ୨ରନ କରିଥିଲା । ଅମ୍ପାୟାର ଭାବେ ଶାନ୍ତନୁ କୁମାର ରାଉତ, ବିଜୟ କୁମାର ଜେନା ଖେଳ ପରିଚାଳନା କରିଥିଲାବେଳେ ଜ୍ୟୋତି ରଞ୍ଜନ ଜେନା ଓ ଗଣେଶ କୁଅଁର, ଏମ.ଡି ବାବୁ, ଭଗବାନ ନାୟକ ସ୍କୋରର ଦାୟିତ୍ୱ ନିର୍ବାହ କରିଥିଲେ । ସଞ୍ଜୟ ମଜମୁଦାର ଓ ବୁବୁ ସିହ୍ନା ଭାଷ୍ୟକାର ଭାବେ ଖେଳର ଧାରାବିବରଣୀ ପ୍ରଦାନ କରିଥିଲେ । ବରହମପୁରର ଆକ୍ରମ ଖାଁଙ୍କୁ ମ୍ୟାନ ଅଫ ଦି ମ୍ୟାଚ ବିବେଚନା କରାଯାଇ ପୁରସ୍କୃତ କରାଯାଇଥିଲା । ପୁରସ୍କାର ବିତରଣୀ ଉତ୍ସବରେ ବିଶିଷ୍ଟ ସମାଜସେବୀ ତଥା ସେଣ୍ଟ ଜାଭିୟର ହାଇସ୍କୁଲ ଚଣ୍ଡୀ ବିରଞ୍ଚିପୁରର ପ୍ରତିଷ୍ଠାତା ଉଦୟ ନାଥ କର, ଉପାଧ୍ୟକ୍ଷ ଗୋଲକ ବିହାରୀ ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ଯୁବ ପରିଷଦର ସଭାପତି ତଥା ହାଟଡିହି ପଞ୍ଚାୟତର ସରପଞ୍ଚ ଚିନ୍ମୟ ନାୟକ, ସମ୍ପାଦକ ଚିତ୍ତରଞ୍ଜନ ପାତ୍ର, ମନୋଜ ପାତ୍ର, ଦାଶରଥି ଦେବତା,ପ୍ରଫୁଲ ସ୍ୱାଇଁ, ଉପଦ୍ଦେଷ୍ଟା ଧବଳେଶ୍ୱର ପଟ୍ଟନାୟକ, ବଳରାମ ଜେନା, ଅମିୟ ରଞ୍ଜନ ନାୟକ, ନିରାକାର ଜେନା, ଦେବାଶିଷ ବାରିକ, ସନ୍ଦୀପ ଜେନା, ସୁଶାନ୍ତ ଜେନା, ବିଜୟ ବଲ୍ଲିକ ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନା କରୁଛନ୍ତି । ଆସନ୍ତାକାଲି ୟୁନାଇଟେଡ ବ୍ରହ୍ମପୁର ଓ ରାଇଜିଂ ଷ୍ଟାର କଟକ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ।