ଧୂଣ୍ଡାବାବା ଆଶ୍ରମର ମାତାଙ୍କ ବିୟୋଗ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ଭ୍ରମରଦିଆପାଟଣାସ୍ଥିତ ଧୂଣ୍ଡାବାବା ଆଶ୍ରମର ମାତା ଲିଲି ଦାସଙ୍କର ଶୁକ୍ରବାର ବିଳମ୍ବିତ ରାତିରେ ୬୮ବର୍ଷ ବୟସରେ ବାର୍ଦ୍ଧକ୍ୟଜନିତ ରୋଗରେ ପରଲୋକ ହୋଇଯାଇଛି । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପୁତ୍ର ରାଜେନ୍ଦ୍ର, ବିଜୟ, ପୁତ୍ରବଧୁ, ନାତି, ନାତୁଣୀ ଓ ପରିବାର ସ୍ୱଜନ ଉପସ୍ଥିତ ଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଏସମ୍ପର୍କରେ ଖବର ପାଇ ତାଙ୍କ ଭ୍ରମରଦିଆପାଟଣାସ୍ଥିତ ଆଶ୍ରମରେ ପୈାରାଧ୍ୟକ୍ଷା ସରିତା ସାହୁ, ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ରଞ୍ଜିତ ସାହୁ, କାଉନସିଲର ପ୍ରଭାଶିଷ ପଣ୍ଡା, ପ୍ରାକ୍ତନ ସରପଞ୍ଚ ପୀତବାସ ବେହେରା, ବିଜେଡି ଯୁବନେତା ମହେନ୍ଦ୍ର କୁମାର ମିଶ୍ରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପହଞ୍ଚି ସ୍ୱର୍ଗତା ମାତାଙ୍କ ମର ଶରୀରରେ ପୁଷ୍ପାର୍ଘ୍ୟ ପ୍ରଦାନ ପୂର୍ବକ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଆଶ୍ରମ ପରିସରରେ ତାଙ୍କୁ ସମାଧି ଦିଆଯାଇଥିବା ବେଳେ ଜ୍ୟେଷ୍ଠପୁତ୍ର ରାଜେନ୍ଦ୍ର କ୍ରୀୟାକର୍ମ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ