ହେଲଦି ଲାଇଫରେ ନବାଗତ ଛାତ୍ରଛାତ୍ରୀଙ୍କ ସ୍ୱାଗତ
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ସହରର ଜିଡ଼ିଆପୋଲ ସ୍ଥିତ ଯୋଗ ମହାବିଦ୍ୟାଳୟ ‘ହେଲଦି ଲାଇଫ’ରେ ନବାଗତ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ୱାଗତ ଉତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ସ୍ତ୍ରୀରୋଗ ବିଶେଷଜ୍ଞ ଡାକ୍ତର ଜ୍ଞାନରଞ୍ଜନ ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ସ୍ଥିରୀକୃତ ଯୋଗ ସ୍ନାତକୋତ୍ତର ପାଠ୍ୟକ୍ରମ ଜରିଆରେ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ନିର୍ମାଣରେ ହେଲଦି ଲାଇଫର ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ । ଦୈନିକ ଖବରକାଗଜ ଧ୍ୱନିପ୍ରତିଧ୍ୱନିର ମୁଖ୍ୟ ସମ୍ପାଦକ ସୃଷ୍ଟିଧର ପରିଡା ମୁଖ୍ୟବକ୍ତା ଭାବେ ଯୋଗଦେଇ ସାମ୍ପ୍ରତିକ ସ୍ଥିତିରେ ଯୋଗ-ପ୍ରାଣାୟମର ଗୁରୁତ୍ୱ ବୃଦ୍ଧି ପାଇଥିବା ବେଳେ ଏହି ମହାବିଦ୍ୟାଳୟରେ ଉତ୍ତମ ଶିକ୍ଷାଦାନ ନିଯୁକ୍ତି କ୍ଷେତ୍ରରେ ସହାୟକ ହୋଇପାରିଛି ବୋଲି କହିଥିଲେ । ହେଲଦି ଲାଇଫର ମୁଖ୍ୟ ଡାକ୍ତର ଚିତରଞ୍ଜନ ସାହୁ ସ୍ୱୀକୃତିପ୍ରାପ୍ତ ଯୋଗଶିକ୍ଷାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ । ହେଲଦି ଲାଇଫର ନିର୍ଦ୍ଦେଶିକା ତଥା ଯୋଗ ପ୍ରଶିକ୍ଷଣ କେନ୍ଦ୍ରର ଅଧ୍ୟକ୍ଷା ଦେବୀ ଅର୍ଚ୍ଚନା ଦାସ ଏଥିରେ ପୌରୋହିତ୍ୱ କରିଥିବା ବେଳେ ଯୋଗ ଅଧ୍ୟାପକ ଅଭିଷେକ ଦାସ, ମମିତା ମହାରଣା ଓ ଶୀତଳା ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସିନିୟର ଯୋଗ ଛାତ୍ରଛାତ୍ରୀମାନେ ଏହି ଅବସରରେ ନବାଗତ କନିଷ୍ଠଙ୍କୁ ବିଧିପୂର୍ବକ ସ୍ୱାଗତ କରିଥିଲେ ।