ବିଶ୍ୱର ସବୁଠାରୁ ପୁରୁଣା ହୋଟେଲ୍ “ନିସିୟାମା ଓନ୍ସେନ୍ କିଉନ୍‌କାନ୍‌’

ବିଶ୍ୱର ସବୁଠାରୁ ପୁରୁଣା ହୋଟେଲ ଜାପାନର କ୍ୱୋଟୋ ପର୍ବତ ନିକଟରେ ଅଛି । ସେଇଟିର ନାମ- “ନିସିୟାମା ଓନ୍ସେନ୍ କିଉନ୍‌କାନ୍‌’ । ୭୦୫ ଏଡିରେ ତତ୍କାଳୀନ ଜାପାନିଜ୍ ସମ୍ରାଟ୍‌ଙ୍କ ପୁତ୍ର ହୋଟେଲ୍ ନିର୍ମାଣ କରାଇଥିଲେ । କ୍ୱୋଟୋ ପର୍ବତ ଉଷ୍ଣ ପ୍ରସ୍ରବଣ ପାଇଁ ପ୍ରସିଦ୍ଧ । ପ୍ରସ୍ରବଣଗୁଡ଼ିକର ଜଳ ଅତ୍ୟନ୍ତ ସ୍ୱାସ୍ଥ୍ୟପ୍ରଦ । ତେଣୁ ସାଓଲିନ୍ ଓ ସୋଗନ୍ ତଥା ଅନ୍ୟ ସଂଭ୍ରାନ୍ତଙ୍କ ଆମୋଦପୂର୍ଣ୍ଣ ରହଣି ନିମନ୍ତେ ରାଜକୁମାର ହୋଟେଲ୍ ତୋଳାଇଥିଲେ । ପରିଚାଳନା ଦାୟିତ୍ୱ ଏକ ପରିବାର ଉପରେ ନ୍ୟସ୍ତ କରିଥିଲେ । ଇତି ମଧ୍ୟରେ ୧୩୧୪ ବର୍ଷ ବିତିଗଲାଣି । ମାଲିକାନା ଅନେକ ଥର ବଦଳିଛି । ହେଲେ ସେବା ଅପରିବର୍ତ୍ତିତ ରହିଛି । ହୋଟେଲର ମୂଳ ରୂପରେ ମଧ୍ୟ ଏ ଯାଏ କୌଣସି ପରିବର୍ତ୍ତନ ଅଣାଯାଇନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ