ପାଇକ ବିଦ୍ରୋହର ମୁଖ୍ୟ କର୍ଣ୍ଣଧାର ଥିଲେ ବକ୍ସି ଜଗବନ୍ଧୁ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷ।। ଅଭିଯାନ ପକ୍ଷରୁ ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ରଙ୍କ ୧୯୪ତମ ବଳିଦାନ ଦିବସ ସ୍ଥାନୀୟ କଳ୍ପନା ଛକସ୍ଥିତ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ଏକ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଅଭିଯାନର ଅଧ୍ୟକ୍ଷ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ସ୍ମୃତିଚାରଣ ପୂର୍ବକ ମତବ୍ୟକ୍ତ କରି କହିଥିଲେ ଯେ, ବକ୍ସି ଜଗବନ୍ଧୁ ଥିଲେ ମହାନ ସ୍ୱାଧୀନତା ସଂଗ୍ରାମୀ, ପାଇକ ଆନ୍ଦୋଳନର ମୁଖ୍ୟ କର୍ଣ୍ଣଧାର, ଅଦ୍ୱିତୀୟ ବୀର ତଥା ଇଂରେଜମାନଙ୍କ ସହିତ ସମସ୍ତ ପାଇକ ବୀରଙ୍କୁ ଏକତ୍ର କରି ଗରିଲା ଯୁଦ୍ଧ ମାଧ୍ୟମରେ ତାଙ୍କ ରଣକୌଶଳ, ବୀରତ୍ୱର ପରିଚୟ ପ୍ରଦାନ କରିଥିଲେ । ଓଡ଼ିଶାର ସମ୍ମାନ, ସ୍ୱାଭିମାନକୁ ପାଇକ ବିଦ୍ରୋହ ମାଧ୍ୟମରେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଥିଲେ । ଅନ୍ୟ ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ସରକାରଙ୍କ ଅନୁସଚିବ ଲକ୍ଷ୍ମୀଧର ବେହେରା, ବ୍ରଜବନ୍ଧୁ ପରିଡ଼ା, ହରେନ ସାହୁ, ଗିରିଜା ମହାପାତ୍ର ଉପସ୍ଥିତ ରହିବା ସହ ସ୍ମୃତିଚାରଣ କରିଥିଲେ । ତାଙ୍କ ଆଦର୍ଶରେ ଆଜିର ଯୁବପିଢ଼ି ଅନୁପ୍ରାଣିତ ହେବାକୁ କୁହାଯାଇଥିଲା । ଏହି ଅବସରରେ ବିଭିନ୍ନ ପାଇକ ସଂଗଠନ ପକ୍ଷରୁ ରଣକୌଶଳ, କ୍ରୀଡ଼ା ପ୍ରଦର୍ଶନ କରାଯାଇଥିଲା । କାର୍ଯ୍ୟକ୍ରମକୁ ସଞ୍ଜୟ ପରିଡ଼ା, ରୋହିତ କୁମାର, ଗିରିଜା ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ