ବୈଷ୍ଣବ ଚରଣ ସରକାରୀ ଉଚ୍ଚବିଦ୍ୟାଳୟର ବାର୍ଷିକ ଉତ୍ସବ

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ବାହାରିପୁର ଠାରେ ଥିବା ବୈଷ୍ଣବ ଚରଣ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ଜୟକୃଷ୍ଣ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ପୁର୍ବତନ ପ୍ରଧାନ ଶିକ୍ଷକ ରମାକାନ୍ତ କର, ମୁଖ୍ୟବକ୍ତାଭାବେ ଅନ୍ନପୁର୍ଣ୍ଣା ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସରୋଜିନୀ ତ୍ରିପାଠୀ, ସମ୍ମାନୀତ ଅତିଥି ଭାବେ ପୁର୍ବତନ ଶିକ୍ଷକ ଯୁଦ୍ଧିଷ୍ଠିର ପାତ୍ର, ଗୌରାଙ୍ଗ ଚନ୍ଦ୍ର ପୁହାଣ, ମୋ ସ୍କୁଲ କମିଟିର ସଭାପତି ଆନନ୍ଦ ଚନ୍ଦ୍ର ସାହୁ, ବଳରାମ ସାହା, ନାରାୟଣ ଚନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇ ନିରବଛିନ୍ନ ଉଦ୍ୟମ ତଥା ସକରାତ୍ମକ ମନୋବୃତ୍ତି ଦ୍ୱାରା ସଫଳତା ମିଳିପାରିବ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ବାର୍ଷିକ କ୍ରୀଡା ତଥା ସାଂସ୍କୃତିକ ପ୍ରତିଯୋଗୀତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶ୍ରେଷ୍ଠ ବିଦ୍ୟାର୍ôଥ ଭାବେ ଦୀପକ କୁମାର ଦଳେଇ, ବାଳକ କ୍ରୀଡା ଚମ୍ପିୟନ ଭାବେ ସନ୍ଦିପ ରାଉତ, ବାଳିକା କ୍ରୀଡା ବିଭାଗରେ ଚମ୍ପିୟନ ଭାବେ ପ୍ରୀୟଙ୍କ ପ୍ରୀୟଦର୍ଶନୀ ବାରିକଙ୍କୁ ପୁରସ୍କୃତ କରାଯାଇଥିଲା । ବରିଷ୍ଠ ଶିକ୍ଷକ ବାଦଲ କୁମାର ଜେନା ବାର୍ଷିକ ବିବରଣୀ ପାଠ କରିଥିବାବେଳେ ଶିକ୍ଷକ ମନୋରଞ୍ଜନ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶିକ୍ଷୟତ୍ରୀ ସୋନାଲୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷକ ଦିବ୍ୟସିଂ ସୋରେନ, ଆଲୋକ କୁମାର ଦାସ, ସୁଧାସିନ୍ଧୁ ପାଣି, ପ୍ରଦୀପ କୁମାର ସାହୁ କର୍ମଚାରୀ ସୁଧିର କୁମାର ସେଠୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ