ହାଟଡିହି କଲେଜରେ ଆତ୍ମରକ୍ଷା ତାଲିମ ଶିବିର ଉଦଯାପିତ

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ଆଞ୍ଚଳିକ ମହାବିଦ୍ୟାଳୟରେ ଆତ୍ମର%କ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି । ଏଥିରେ ୧୫୨ଜଣ ଛାତ୍ରୀ ଅଂଶ ଗ୍ରହଣ କରିଥିବାବେଳେ ପ୍ରଶିକ୍ଷିକା ଭାବେ ସୀମା ସିମନ୍ତିନୀ ସାହୁ ଓ ବିଳିସିନୀ ସାହୁ ଯୋଗଦେଇ ଛାତ୍ରୀମାନଙ୍କୁ ଆତ୍ମରକ୍ଷାର ବିଭିନ୍ନ କୌଶଳ ସମ୍ପର୍କରେ ଶିକ୍ଷା ଦେଇଥିଲେ । ସଂଯୋଜକ ବୀରଭଦ୍ର ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ଅଧ୍ୟକ୍ଷ ଚିତ୍ତରଞ୍ଜନ ରାଉତ, ଯୋଗଦେଇ ଛାତ୍ରୀ ମାନଙ୍କୁ ଆତ୍ମରକ୍ଷା ପ୍ରଶିକ୍ଷଣ ଉପରେ ନିଜର ବହୁମୁଲ୍ୟ ମତାମତ ରଖିଥିଲେ । ଏହି ଅବସରରେ ଛାତ୍ରୀ ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । ଏଥିରେ ଅନ୍ୟମାନଙ୍କ ଭିତରେ ଅଧ୍ୟାପକ ରବିନାରାୟଣ ବିଶ୍ୱାଳ, ବିଜୟ କୁମାର ମଲ୍ଲିକ, ଗୌରାଙ୍ଗ ଚରଣ ନାୟକ, ହୃଦାନନ୍ଦ ଓଝା, ରବିନ୍ଦ୍ର ଜେନା,ଅଞ୍ଜନ କୁମାର ମହାନ୍ତି, ଜଳଧର ଦାସ, ଦେବାହୁତୀ ପଟ୍ଟନାୟକ, ପ୍ରଣୟ କୁମାର ନାୟକ, ଅଜୟ କୁମାର ଦାସ, ଚକ୍ରଧର ଦାସ, ବିଶ୍ୱରଞ୍ଜନ ଜେନା, ସନାତନ ଖୁଣ୍ଟିଆ, ପୁର୍ଣ୍ଣଚନ୍ଦ୍ର ବେହେରା, ନିଲମ ସ୍ୱୟଂ, ମିନତୀ ବେଉରିଆ, ମିନତୀ ମାସ୍କେ, ମେନକାରାଣୀ ବୁରୁଆ, ଲିପ୍ସା ପ୍ରୀୟଦର୍ଶନୀ ବେହେରା, ଜ୍ୟୋତିରୁପା ମଲ୍ଲିକ ପ୍ରମୁଖ ଅଧ୍ୟାପକ ଅଧ୍ୟାପିକା ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ