ଆର.ଉଦୟଗିରିରେ ମା ସାରଳା ଠାକୁରାଣୀ ଭଲିବଲ ଟୁର୍ନାମେଣ୍ଟ ଉଦ୍ଧଘାଟିତ
ଆର.ଉଦୟଗିରି, (ଦେବାଶିଷ କାର୍ଜି):ଗଜପତି ଜିଲ୍ଲା ଆର.ଉଦୟଗିରି ସଦରରେ ଥିବା ସାରଳା ସାହିରେ ମା ସାରଳା ଠାକୁରାଣୀ ଭଲିବଲ ଟୁର୍ନାମେଣ୍ଟ ଉଦଘାଟିତ ହୋଇଯାଇଛି l ଏଥିଲାଗି ମୁଖ୍ୟ ଅତିଥିଭାବେ ଆର.ଉଦୟଗିରି ଏସଡିପିଓ ଦିଲ୍ଲୀପ କୁମାର ନାୟକ , ବ୍ଲକ ଅଧକ୍ଷ୍ୟ ଲଷ୍ମୀନାରାୟଣ ସବର , ଥାନା ଅଧିକାରୀ ପ୍ରଶାନ୍ତ ମଲ୍ଲିକ, ସ୍ଥାନୀୟ ସରପଞ୍ଚ ଜାମେସ ରାଇକା ଓ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏବଂ ସାରଳା ସାହିର ବୟଜ୍ୟେଷ୍ଟ ବ୍ୟକ୍ତି ପ୍ରମୁଖ ମୁଖ୍ୟ ଅତିଥିଭାବେ ଯୋଗଦେଇ ଦ୍ୱୀପ ପ୍ରଜ୍ବଳନ କରି ରିବିନ କାଟି ମା ସାରଳା ଠାକୁରାଣୀ ଭଳିବଲ ଟୁର୍ନାମେଣ୍ଟ ଉଦଘାଟନ କରିଥିଲେ l ତେବେ ଆଜିର ଉଦ୍ଘାଟନୀ ଉତ୍ସବରେ ଗଜପତି ଜିଲ୍ଲାର ରାୟଗଡ଼ ଓ ଗୁମ୍ମା ମଧ୍ୟରେ ପ୍ରଥମ ମେଚ ଅନୁଷ୍ଠିତ ହୋଇଥିଲା l ଏହି ଟୁର୍ନାମେଣ୍ଟ 30 ଦିନ ଧରି ଅନୁଷ୍ଠିତ ହେବାକୁ ଥିବାବେଳେ ଏଥିରେ ଏ ଓ ବି ଦୁଇଟି ଗୃପରେ 66 ଟି ଦଳକୁ ନେଇ ଏହି ମେଚ ଅନୁଷ୍ଠିତ ହେବ l କ୍ରୀଡା ଏକ ମନୁଷ୍ୟର ଅଭିଛେଦ୍ୟ ଅଙ୍ଗ ଯେମିତି ଖାଦ୍ୟ ବିନା ଆମେ ବଞ୍ଚି ପରିବା ନାହିଁ କ୍ରୀଡାଦ୍ୱାରା ମନୁଷ୍ୟର ଶରୀରକୁ ଶାନ୍ତି ମିଳିଥାଏ l ତେଣୁ ଆନନ୍ଦ ଓ ହସ ଉଲ୍ଲାସର ସହ ଆମେ ଏହି କ୍ରୀଡାରେ ଭାଗ ନେବା ବୋଲି ମୁଖ୍ୟ ଅତିଥି ମାନେ କହିଥିଲେ l ସେପଟେ ଲୁଚି ରହିଥିବା ଖେଳାଳି ମାନଙ୍କୁ ଜିଲ୍ଲା ଓ ରାଜ୍ୟ ସ୍ତରରେ ପହଞ୍ଚାଇବା ମୂଳ ଲକ୍ଷ୍ୟ ବୋଲି ମା ସାରଳା ଭଲିବଲ ଟୁର୍ନାମେଣ୍ଟ ଆୟୋଜକ ମାନେ କହିଥିଲେ


