ସ୍ୱାଭିମାନ ଅଂଚଳର ଯୋଡ଼ାଆମ୍ବ ଠାରେ ପତକା ଉତୋଳନ କଲେ ବରିଷ୍ଠ ପୋଲିସ ଅଧିକାରୀ
ଚିତ୍ରକୋଣ୍ଡା, (ବିମଳ କିଶୋରେ ମିଶ୍ର):ଆଜି ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଯୋଡ଼ାଆମ୍ବ ଥାନାରେ ପତକା ଉତୋଳନ କରିଛନ୍ତି ଚାରି ବରିଷ୍ଠ ପୋଲିସ ଅଧିକାରୀ । ଗତକାଲି ସ୍ୱାଭିମାନ ଅଞ୍ଚଳର ଯୋଡ଼ାଆମ୍ବ ଠାରେ ଚାରି ବରିଷ୍ଠ ପୋଲିସ ଅଧିକାରୀ ପହଞ୍ଚି ରାତ୍ରି ଯାପନ କରିଥିଲେ । ଚାରି ଜଣ ବରିଷ୍ଠ ପୋଲିସ ଅଧିକାରୀ ହେଲେ ଇଣ୍ଟେଲିଜେଣ୍ଟ ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା,ଏଡିଜି ଅପରେସନ ଅମିତାଭ ଠାକୁର, ଡିଜି ଏସଆଇଡବ୍ଲୁ ଅନିରୁଧ ସିଂ,SWR ରାଜେଶ ପଣ୍ଡିତ, SP ମାଲକାନଗିରି ଓ BSF ଅଧିକାରୀ । ପୂର୍ବରୁ ସ୍ୱାଭିମାନ ଅଞ୍ଚଳର ଅନେକ ସ୍ଥାନରେ ତ୍ରିରଙ୍ଗା ଉଡିପାରୁ ନଥିଲା ବର୍ତମାନ ସୁରକ୍ଷା ବହିନୀଙ୍କ ଉପସ୍ଥିତି ଯୋଗୁଁ ମାଓବାଦୀଙ୍କ ଦୋବଦବା କମିଛି । ଯାହା ଫଳରେ ଏହି ପୋଲିସ ଅଧିକାରୀ ମାନେ ଆସି ଏଠାରେ ପତକା ଉତୋଳନ କରିଛନ୍ତି ।


