ହାଟଡିହି- ବ୍ଲକ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକର ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ବ୍ଲକ କାର୍ଯ୍ୟାଳୟ ଠାରେ ବିଡିଓ ସୁଶ୍ରୀ ବିନିତା ବିଜୟିନୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ଜାତୀୟ ପତାକା ଉତ୍ତୋଳନ କରି ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ସାଧାରଣତନ୍ତ୍ର ଦିବସ ମହତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଉପାଧ୍ୟକ୍ଷ ରତିକାନ୍ତ ରାଉତ, ସାଂସଦ ପ୍ରତିନିଧି ନନ୍ଦୁ ଚରଣ ଜେନା ପ୍ରମୁଖ ଯୋଗଦେଇ ସାଧରଣତନ୍ତ୍ର ଦିବସ ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବିଜେଡି ନେତା ଅଭିମନ୍ୟୁ ସେଠୀ, ବରିଷ୍ଠ ବିଜେଡି ନେତା ରବିନ୍ଦ୍ର କୁମାର ସାହୁ, ଚିତ୍ତ ରଞ୍ଜନ ପାତ୍ର, ଗୌରାଙ୍ଗ ରଣା, ତାରିଣୀ ପ୍ରସାଦ ସେନାପତି ଓ ସମସ୍ତ ପଞ୍ଚାୟତର ସମିତିସଭ୍ୟ, ସଭ୍ୟା ପ୍ରମୁଖ ଯୋଗଦେଇ ଥିବାବେଳେ ବ୍ଲକ ସହଶିକ୍ଷା ଅଧିକାରୀ ଧନେଶ୍ୱର ଖଣ୍ଡେଇ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଜଳକଳଙ୍ଗ ଓ ସରସ୍ୱତୀ ଶିଶୁମନ୍ଦିର ହାଯଡିହିର ଛାତ୍ରଛାତ୍ରୀମାନେ ଯୋଗଦେଇ ଜାତୀୟ ସଂଗୀତ ଗାନ କରିଥିଲେ । ବ୍ଲକର କେସିୟର ହରେକୃଷ୍ଣ ପ୍ରଧାନ, ବରିଷ୍ଠ କିରାଣୀ ଶ୍ରବଣ ପରିଡା, ଜିପିଓ ନବୀନ ଚନ୍ଦ୍ର ନାୟକ, ସିପି ସୁବ୍ରତ କୁମାର ନାୟକ, ଏସିପି ପ୍ରଶାନ୍ତ ସେଠୀ, କର୍ମଚାରୀ ବିନୋଦ ସାହୁ, ସୁଦର୍ଶନ ଘଡେଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।ସେହିପରି ହାଟଡିହି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଏବିଇଓ ଧନେଶ୍ୱର ଖଣ୍ଡେଇ ଜାତୀୟ ପତାକା ଉତ୍ତୋଳନ କରିଥିବାବେଳେ ଏବିଇଓ ସୁରେଶ କୁମାର ଜେନା ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ସେହିପରି ମା ବିଶ୍ୱତାରିଣୀ କଳାକାର ପରିଷଦ ହାଟଡିହି ପକ୍ଷରୁ ତେନ୍ତୁଲିନଣ୍ଡା ଠାରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ବ୍ଲକ କଳା, ସଂସ୍କୃତି ସଂଘର ଉପସଭାପତି ଦିବାକର ବାରିକ ଜାତୀୟ ପତାକା ଉତ୍ତୋଳନ କରି ସାଧାରଣତନ୍ତ୍ର ଦିବସର ଅଭିଭାଷଣ ରଖିଥିଲେ । ଏଥିରେ କଳାକାର ପରିଷଦର ସ୍ଥାୟୀ ସଭାପତି ଅଧିକାରୀ ନାୟକଙ୍କ ସମେତ ସମସ୍ତ ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ଥିଲେ । ସେହିପରି ବଡରମ୍ପାସ ପଞ୍ଚାୟତରେ ସରପଞ୍ଚ ରବିନ୍ଦ୍ର କୁମାର ଜେନା, ଇଞ୍ଚୋଳ ପଞ୍ଚାୟତରେ ସଶ୍ମିତା ମହାପାତ୍ର, ବଞ୍ଚୋ ପଞ୍ଚାୟତରେ ସରପଞ୍ଚ ପ୍ରଶାନ୍ତ କୁମାର ରାଉତ, ପଞ୍ଚୁଗୋଛିଆ ପଞ୍ଚାୟତରେ ସରପଞ୍ଚ ଦିନେଶ କୁମାର ସେଠୀ, ବାଲିବରେଇ ପଞ୍ଚାୟତରେ ସରପଞ୍ଚ ହରପ୍ରୀୟା ଦଣ୍ଡପାଟ, ଢ଼େଙ୍କା ପଞ୍ଚାୟତରେ ସରପଞ୍ଚ ସୁବାସିନୀ ସେଠୀ, ପଢ଼ିଅ୍ରାରିପଲ୍ଲୀ ପଞ୍ଚାୟତରେ ସରପଞ୍ଚ ଅଜିତ ରାଉତ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସେହିପରି ଶାସଙ୍ଗ ହାଇସ୍କୁଲରେ ପ୍ରଧାନ ଶିକ୍ଷକ ନବ କିଶୋର ବିଶ୍ୱାଳ ଜାତୀୟ ପତାକା ଉତ୍ତୋଳନ କରି ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ ।