ସଡଙ୍ଗ ହାଇସ୍କୁଲରେ ବାର୍ଷିକ ଉତ୍ସବ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ରାମବିକ୍ରମ ସରକାରୀ ଉଚ୍ଚ ବିଦ୍ୟାଳୟ ସଡଙ୍ଗର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ବୃନ୍ଦବାନ ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ହାଟଡିହି ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ମୁଖ୍ୟ ବକ୍ତା ଭାବେ କଳିଗାଁ ହାଇସ୍କୁଲର ପ୍ରଧାନ ଶିକ୍ଷକ ରତ୍ନାକର ପଣ୍ଡା, ସମ୍ମାନୀତ ଅତିଥି ଭାବେ ୩୭ନଂ ଜିଲ୍ଲାପରିଷଦ ସଦସ୍ୟ ବିମ୍ବାଧର ବିଶ୍ୱାଳ, ଏବିଇଓ ସୁରେଶ କୁମାର ଜେନା, ଡଅଁର ହାଇସ୍କୁଲର ପ୍ରଧାନ ଶିକ୍ଷକ ବିନୋଦ ବିହାରୀ ପଣ୍ଡା, ଗେଡମା ହାଇସ୍କୁଲର ପ୍ରଧାନ ଶିକ୍ଷକ ଉମାକାନ୍ତ ସେନାପତି, ଷଡଙ୍ଗ ସରପଞ୍ଚ ଅନ୍ତର୍ଯ୍ୟାମୀ ଖଣ୍ଡେଇ, ମୋ ସ୍କୁଲ ଅଭିଯାନର ସଭାପତି ଧବଳେଶ୍ୱର ପଟ୍ଟନାୟକ, ଏସ.ଏମ.ସି କମିଟିର ଅଧ୍ୟକ୍ଷ ଅଶୋକ କୁମାର ବେହେରା ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସତ୍ୟବାଦିତା, ନିର୍ଭିକତା, ଏକାଗ୍ରତା ରହି ପାରିଲେ ଛାତ୍ରଛାତ୍ରୀ ମାନେ ଭବିଷ୍ୟତରେ ଜଣେ ଜଣେ ସୁ ନାଗରିକ ହୋଇପାରିବେ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ବାର୍ଷିକ କ୍ରୀଡା ପ୍ରତିଯୋଗୀତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିବାବେଳେ ଚମ୍ପିୟନ ଭାବେ ପବିତ୍ର କୁମାର ସ୍ୱାଇଁ, ଶୁଭସ୍ମୀତା ସେଠୀ, ସାଇନ ପ୍ରୀୟଦର୍ଶନୀ ବେହେରା ପ୍ରମୁଖଙ୍କୁ ପୁରସ୍କୃତ କରାଯାଇଥିଲା । ରବିନ୍ଦ୍ର କୁମାର ନାଥ, ଲୋକନାଥ ଦାସ, ଆଲୋକ କୁମାର ଦାସ, ଭଗବାନ ସେଠୀ, ସ୍ୱର୍ଣ୍ଣମଞ୍ଜରୀ ସା, ଅଜୟ କୁମାର ଜେନା, ବର୍ଷାରାଣୀ ଜେନା, ପୂଜାସ୍ମିତା ଜେନା, ଅଭୟ ଲେଙ୍କା, ମଧୁସ୍ମିତା ପଲେଇ, ରତିକାନ୍ତ ପଣ୍ଡା, ହେମନ୍ତ କୁମାର ସାହୁ, ଜଗବନ୍ଧୁ ପଢ଼ିଆରୀ, କୃଷ୍ଣଚନ୍ଦ୍ର ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ