ମାତୃଭାଷା ଓ ମାତୃଭୂମି ସୁରକ୍ଷାକୁ ଛାତ୍ରଛାତ୍ରୀ ଗୁରୁତ୍ବ ଦେବା ଉଚିତ

ଆରଡି, (ଆଲୋକ ଚନ୍ଦ୍ର ନାୟକ):ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ମହତାବ ନଗର ସ୍ଥିତ ବାପୁଜୀ ନୋଡାଲ ଉଚ୍ଚ ବିଦ୍ୟାଳୟ ବାର୍ଷିକୋତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଧାମନଗର ପଞ୍ଚାୟତ ସମିତି ଅଧ୍ୟକ୍ଷା ଶର୍ମିଷ୍ଠା ବେହେରା ଉଦଘାଟକ ଭାବେ ଯୋଗଦେଇଥିଲା ବେଳେ ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ ଡ.ମାୟାଧର ସାହୁ ମୂଖ୍ୟ ଅତିଥି ଓ ବିଶିଷ୍ଟ ନାଟ୍ୟକାର ଓ ସ୍ତମ୍ବକାର ବିଜୟ ଦାସ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ମାତୃଭାଷାର ଉନ୍ନତି ସହିତ ମାତୃଭୂମି ପ୍ରତି ଶ୍ରଦ୍ଧା ଛାତ୍ରଛାତ୍ରୀଙ୍କର ଧେୟ ହେବା ଉଚିତ ବୋଲି ଅତିଥି ମାନେ ଭାଷଣ ପ୍ରସଙ୍ଗରେ କହିଥିଲେ । ଜିଲା ସ୍କାଉଟ କମିଶନର ଅକ୍ଷୟ କୁମାର ହୋତା ସମ୍ମାନିତ ବକ୍ତା, ଧାମନଗର ପଞ୍ଚାୟତ ସମିତି ପୂର୍ବତନ ଅଧ୍ୟକ୍ଷ ଅଶୋକ ନାୟକ, ଜିଲା ପରିଷଦ ସଭ୍ୟ ପ୍ରଦୀପ କୁମାର ମଲ୍ଲିକ, ଓଷ୍ଟା ଜିଲା ସମ୍ପାଦକ ପ୍ରଦୀପ୍ତ କୁମାର ଦାସ, ବାବାମଣି ଡିଗ୍ରୀ କଲେଜ ଅଧ୍ୟାପକ ନିକୁଞ୍ଜ କିଶୋର ଜେନା, ବାପୁଜୀ କ୍ଲଷ୍ଟର ସିଆରସିସି ପ୍ରଦୀପ କୁମାର ଦାଶ, ପାଳସାହି ସରପଞ୍ଚ କାଳନ୍ଦି ମଲିକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ମଞ୍ଜୁରାଣୀ ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲାବେଳେ ବରିଷ୍ଠ ଶିକ୍ଷକ ଅଜୟ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ମୋ ସ୍କୁଲ ଅଭିଯାନ ସଭାପତି କାଶିନାଥ ମହାନ୍ତି, ଶିକ୍ଷା ପରିଚାଳନା କମିଟି ଅଧ୍ୟକ୍ଷ ସୁନିଲ କୁମାର ରାଉତ, ମୃତ୍ୟୁଞ୍ଜୟ ସାହୁ, କ୍ଷୀରୋଦ ବଳ ପ୍ରମୁଖ ଉତ୍ସବରେ ସହାୟତା ପ୍ରଦାନ କରିଥିଲେ । ବାର୍ଷିକ କ୍ରୀଡାରେ କୃତିତ୍ବ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ