କାନପୁରରେ ସାଳନ୍ଦୀ ମହୋତ୍ସବର ଉଦଯାପିତ, ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧନା

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ କାନପୁର ଗ୍ରାମରେ ୫ଦିନ ଧରି ଚାଲିଥିବା ‘ସାଳନ୍ଦୀ ମହୋତ୍ସବ’ ୨୦୨୩ ଉଦଯାପିତ ହୋଇଯାଇଛି । ପ୍ରତିଦିନ ସନ୍ଧ୍ୟାରେ ଓଡିଶାର ବିଭିନ୍ନ ବର୍ଗରେ ପ୍ରତିଷ୍ଠା ଲାଭ କରିଥିବା ବ୍ୟକ୍ତବିଶେଷ ଯୋଗଦେଇ ଏହି ମହୋତ୍ସବକୁ ସଫଳ କରାଇଛନ୍ତି । ଅନ୍ୟପକ୍ଷରେ ଦର୍ଶକମାନେ ପ୍ରତି ସନ୍ଧ୍ୟାରେ ଅନୁଷ୍ଠିତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହିତ ମୀନାବଜାର, ଓ ଦୋଳୀର ମଜା ଉଠାଇଛନ୍ତି । ବିଶିଷ୍ଟ ଶିଳ୍ପପତି ତଥା ସମାଜସେବୀ ଅଶୋକ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୁର୍ବତନ ବିଧାୟକ ମାୟାଧର ଜେନା, କେନ୍ଦୁଝର ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ, ୩୭ନମ୍ବର ଜୋନର ଜିଲ୍ଲାପରିଷଦ ସଦସ୍ୟ ତଥା ପୁର୍ବତନ ଜିଲ୍ଲା ବିଜେଡି ସଭାପତି ବିମ୍ବାଧର ବିଶ୍ୱାଳ, ସମ୍ପାଦକ ବିଶ୍ୱରଞ୍ଜନ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ସାମାଜିକ କାର୍ଯ୍ୟକ୍ରମ ଦ୍ୱାରା ଲୋକମାନଙ୍କ ଭିତରେ ଭାଇଚାରା ସୃଷ୍ଟି ହୁଏ ବୋଲି ମତବ୍ୟକ୍ତ କରିବା ସହିତ ଗ୍ରାମାଞ୍ଚଳରେ ଏପରି ଏକ ମହୋତ୍ସବ କରିପାରି ଥିବାରୁ ଆୟୋଜକ ମାନଙ୍କୁ ଧନ୍ୟବାଦ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହୋତ୍ସବ କମିଟିର ଉପଦେ୍ଦଷ୍ଟା ବିଜୟ କୁମାର ଜେନା, ଅବସରପ୍ରାପ୍ତ ଅନୁଶିକ୍ଷା ଅଧିକାରୀ ଶଙ୍ଖାଳି ଚରଣ ରାଉଳ, ସମାଜସେବୀ ଗଙ୍ଗାଧର ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଗ୍ରାମର ବରିଷ୍ଠ ନାଗରିକ ବାଇଧର ଧଳ, ଭଜହରି ମିଶ୍ର, ବିପିନି ବିହାରୀ ବଳ ପ୍ରମୁଖଙ୍କୁ ମାନପତ୍ର ଓ ଉପଢ଼ୌକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଉଦଯାପନି ଦିବସରେ ଆଖ ପାଖ ଅଞ୍ଚଳର ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା । ରବିନ୍ଦ୍ର କୁମାର ରାଉତ, ଗୌରାଙ୍ଗ ରାଉତ, ଶତୃଘ୍ନ ରାଉତ, ରମେଶ ଚନ୍ଦ୍ର ରାଉତ, ଧର୍ମପଦ ବେହେରା, ଚୈତନ୍ୟ ମହାପାତ୍ର, ଉଦ୍ଧବ ବେହେରା,ଉତ୍ତମ ବେହେରା, ଗଉ ବେହେରା, ମସନ୍ତ ଧଳ, ମସନ୍ତ ମହାରଣା, କମଳାକାନ୍ତ ଧଳ, ସର୍ବେଶ୍ୱର ବେହେରା, ଟୁବୁଲା ବେହେରା, ନିରଞ୍ଜନ ଜେନା, ଗଣେଶ ଚନ୍ଦ୍ର ଜେନା, ପ୍ରଫୁଲ କୁମାର ଜେନା, ଲମ୍ବୋଦର ଖମାରୀ, କାଳିଆ ଖମାରୀ, କାବୁଲା ବେହେରା ପ୍ରମୁଖ ସହଯୋଗ କରିଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ