ବିଦ୍ୟୁତ୍ ଆଘାତରେ ମହିଳା ମୃତ

ବେଲଗୁଣ୍ଠା, (ସନ୍ତୋଷ କୁମାର ଜେନା):ବେଲଗୁଣ୍ଠା ଥାନା ଅନ୍ତର୍ଗତ ବରଗାଆଁରେ ବିଦ୍ୟୁତ୍ ଆଘାତରେ ଜଣେ ୫୫ ବର୍ଷୀୟା ମହିଳାଙ୍କ ମୃତ୍ୟୁ ଘଟିଛି I ସୂଚନା ପ୍ରକାରେ ବରଗାଆଁର ସୁରେନ୍ଦ୍ର ବାରିକଙ୍କ ସ୍ତ୍ରୀ ବିନୋଦିନୀ ବାରିକ ନିଜ ଘର ସାମ୍ନାରେ କାମ କରୁଥିବା ବେଳେ ହଠାତ୍ ଏକ ବିଦ୍ୟୁତ୍ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସିଯାଇଥିଲେ I ଫଳରେ ସେ ଜଳିଯାଇ ଗୁରୁତର ଆହତ ହୋଇଥିଲେ I ସଙ୍ଗେ ସଙ୍ଗେ ତାଙ୍କୁ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ I ଘଟଣା ସମ୍ପର୍କରେ ବେଲଗୁଣ୍ଠା ପୋଲିସ୍ ଶବକୁ ଜବତ କରିବା ସହ ଥାନାରେ ୦୨/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି I ବିନୋଦିନୀଙ୍କ ଶବ ବ୍ୟବଚ୍ଛେଦ ପରେ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଥିବା ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ କୁମାର ସାହୁ ସୂଚନା ଦେଇଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ