ତୁଷାର ଚାରିଟେବୁଲ ଟ୍ରଷ୍ଟ ତରଫରୁ କବିତା ଆସର

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ତୁଷାର ଚାରିଟେବୁଲ ଟ୍ରଷ୍ଟ ତରଫରୁ ୭୪ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଗୋଦାବରୀଶ ସାହିତ୍ୟ ସଂସଦ ସଭାଗୃହରେ କବିତା ଆସର ଅନୁଷ୍ଠିତ ହୋଇଥିଲା । ଏଥିରେ ବିଜେପି ନେତା ଶ୍ରୀ ଜଗନ୍ନାଥ ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସ୍ୱାଗତ ଭାଷଣ ଦେବା ସହିତ କବିତା ହେଉଛି ସାହିତ୍ୟର ଆଧାର ବୋଲି କହିଥିଲେ । ଶ୍ରୀ ଜିତେନ୍ଦ୍ର କୁମାର ଜେନା ସଭାପତି ଭାବରେ ଯୋଗଦେଇ କବିତା ହେଉଛି ସମ୍ପର୍କର ସେତୁ ବୋଲି କହିଥିଲେ । କବି ବିପିନ ମହାନ୍ତି ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ସାହିତ୍ୟକୁ ସମୃଦ୍ଧ କରିବା କବି ଓ କବୟତ୍ରୀମାନଙ୍କର କର୍ତ୍ତବ୍ୟ ଓ ଦାୟିତ୍ୱ ବୋଲି କହିଥିଲେ । ଏହି ଅବସରରେ କବି ଓ କବୟତ୍ରୀମାନେ କବିତା ପାଠ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ଜଗନ୍ନାଥ ପ୍ରଧାନ ସମସ୍ତ କବି ଓ କବୟତ୍ରୀମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିଥିଲେ । ଏଥିସହିତ ତୁଷାର ଚାରିଟେବୁଲ ଟ୍ରଷ୍ଟର କର୍ମକର୍ତ୍ତାମାନଙ୍କୁ ଉତ୍ତରୀୟ ଓ ଉପଢୌକନ ପ୍ରଦାନ କରିଥିଲେ । ଏହି କବିତା ଆସରରେ ଉପଦେଷ୍ଟା ଶିବିର କୁମାର ପରିଡ଼ା, ସୌଦାମିନୀ ବେହେରା, ଚମକ ଚାନ୍ଦିନୀ ଦାସ, ଡଃ ରଶ୍ମୀ କର, କେଦାର ପଟ୍ଟନାୟକ, ଭଜକୃଷ୍ଣ ମହାନ୍ତି, ଜାଇପ୍ରକାଶ ମିଶ୍ର, ବୁଲନ ଦାଶ, ରାକେଶ ବି. ସେଠୀ, ବିଜୟ କୁମାର ବେହେରା, ସଂଗ୍ରାମ ଜେନା ପ୍ରମୁଖ ଯୋଗଦେଇ କବିତା ଆସରକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଶେଷରେ ବିବେକାନନ୍ଦ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ