ସର୍ବଭାରତୀୟ କିଶୋର ନାୟକ ମେମୋରିଆଲ କ୍ରିକେଟ ଝାଡଖଣ୍ଡକୁ ହରାଇ ଉତ୍ତର ପ୍ରଦେଶ ଏକାଡେମି ସେମିଫାଇନାଲରେ

ବନ୍ତ, (ଚାନ୍ଦିନୀ ମହାନ୍ତି):ଭଦ୍ରକ ଜିଲା ବନ୍ତ ବ୍ଲକ ପୁରୁଷୋତ୍ତମପୁରସ୍ଥିତ ନେତାଜୀ ମିନି ଷ୍ଟାଡିୟମ ଠାରେ ଶାନ୍ତି ୟୁଥ୍ ଆସୋସିଏସନ ଆନୁକୂଲ୍ୟରେ ଚାଲିଥିବା ୨୧ତମ ସର୍ବଭାରତୀୟ କିଶୋର ନାୟକ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ବନ୍ତ କପ୍‌ର ପୁଲ-‘ବି’ର ୨ୟ କ୍ୱାଟର ଫାଇନାଲ ମ୍ୟାଚ୍ ଏନ୍‌.ଏନ୍‌.ଏସ୍ କ୍ରିକେଟ ଏକାଡେମୀ ଉତ୍ତର ପ୍ରଦେଶ ଓ ସ୍ପୋଟିଂ ୟୁନିୟନ ଝାଡଖଣ୍ଡ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏନ୍‌.ଏନ୍‌.ଏସ୍ କ୍ରିକେଟ ଏକାଡେମୀ ଉତ୍ତର ପ୍ରଦେଶ ବ୍ୟାଟିଂ ଆରମ୍ଭ କରି ନିର୍ଦ୍ଧାରିତ ୨୦ ଓଭରରେ ୭ ଉଇକେଟ ହରାଇ ୨୧୨ ରନ୍ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ବିପିନ ତ୍ରିପାଠୀ ୧୦୮ ଓ ଭିଶାଲ ସୁଶୀଲିନ୍ ୫୭ ରନ୍ କରିଥିଲେ । ପ୍ରତିପକ୍ଷର ବୋଲର ମାନବ କୁମାର ୩ ଓ ଅଙ୍କିତ କୁମାର ୨ ଉଇକେଟ ନେଇଥିଲେ । ଜବାବରେ ସ୍ପୋଟିଂ ୟୁନିୟନ ୧୮.୫ ଓଭରରେ ସମସ୍ତ ଉଇକେଟ ହରାଇ ୧୨୦ ରନ୍ କରି ପରାଜିତ ହୋଇଥିଲା । ଦଳ ପକ୍ଷରୁ ଆଦିତ୍ୟ ରାଜ ୨୦ ଓ ରାହୁଲ ୟାଦବ ୧୭ ରନ୍ କରିଥିଲେ । ପ୍ରତିପକ୍ଷର ବୋଲର ଜ୍ଞାନେନ୍ଦ୍ର ବର୍ମା ୩ ଓ ଉମର ୩ ଉଇକେଟ ନେଇଥିଲେ । ମ୍ୟାନ୍ ଅଫ ଦି ମ୍ୟାଚ୍ ଭାବେ ଉତ୍ତର ପ୍ରଦେଶର ବିପିନ ତ୍ରିପାଠୀଙ୍କୁ ବିବେଚିତ କରାଯାଇଥିଲା । ଅମ୍ପାୟର ଭାବେ ଲଲାଟ କେଶରୀ ନନ୍ଦ, ଅଶୋକ ଜେନା, ମ୍ୟାଚ୍ ରେଫରୀ ସାର୍ଥକ ବିଶ୍ୱାଳ, ସ୍କୋରର ଜ୍ୟୋତି ରଞ୍ଜନ ଜେନା, ସସ୍ମିତା ସାହୁ, ଅନୀଲ ସେଠୀ, ଭାଷ୍ୟକାର ସୁରେଶ ସାଣ୍ଡିଲ, ସୁଶାନ୍ତ ଜେନା, ଆଜାରୁଦ୍ଦିନ୍‌, ସଞ୍ଜୟ ମଜୁମଦାର ଦାୟୀତ୍ୱ ତୁଲାଇଥିଲେ । ପୁରସ୍କାର ବିତରଣୀ ଉତ୍ସବରେ ବନ୍ତ ଆଇଆଇସି ଆଦିତ୍ୟ ପ୍ରସାଦ ଜେନା, ପୂର୍ଣ୍ଣ ଚନ୍ଦ୍ର ପୃଷ୍ଟି, ଚିତ୍ତ ରଞ୍ଜନ ନାୟକ, ମାନସ ରଞ୍ଜନ ଭୋଇ, ପ୍ରଶାନ୍ତ କୁମାର ସାହୁ ଅତିଥି ଭାବେ ଯୋଗ ଦେଇଥିଲେ । ମ୍ୟାଚ୍ ପରିଚାଳନାରେ ଇଂ.ସୁଧାଂଶୁ ନାୟକ, ଭାଗୀ ନାୟକ, ହନୁମାନ ସାହୁ, ସଚିନ୍ ବିଶ୍ୱାଳ, ସରୋଜ ଜେନା, ଜଗନ୍ନାଥ ବିଶ୍ୱାଳ, ଚିରଞ୍ଜିବ୍ ବିଶ୍ୱାଳ ସହଯୋଗରେ ଥିଲେ । ଆସନ୍ତାକାଲିର ୨ୟ ସେମିଫାଇନାଲ ମ୍ୟାଚ୍ ଇଷ୍ଟକୋଷ୍ଟ ରେଲୱେ ବିଶାଖାପାଟଣା ଓ ଏନ୍‌.ଏନ୍‌.ଏସ୍ କ୍ରିକେଟ ଏକାଡେମୀ ଉତ୍ତର ପ୍ରଦେଶ ମଧ୍ୟରେ ଅନୁଷ୍ଠିତ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ