କେନ୍ଦ୍ରାପଡା ସହରର ୩ଫାଣ୍ଡି ଅଧିକାରୀଙ୍କ ବଦଳି

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ ୩ଟି ଫାଣ୍ଡିର ଅଧିକାରୀମାନଙ୍କ ବଦଳି ହୋଇଥିବା ସୂଚନା ମିଳିଛି । ତିମୁହାଣି ସ୍ଥିତ ଫାଣ୍ଡିରେ କାର୍ଯ୍ୟରତ ଅଧିକାରୀ ପିତାମ୍ବର ବାରାଳଙ୍କର ରିଜର୍ଭ ପୋଲିସକୁ ବଦଳି ହୋଇଥିବା ବେଳେ ତାଙ୍କ ସ୍ଥାନରେ ଇ. କେର୍କେଟାଙ୍କୁ ଅବସ୍ଥାପିତ କରାଯାଇଛି ।ପୁରୁଣା ବସଷ୍ଟାଣ୍ଡ ଫାଣ୍ଡି ଅଧିକାରୀ ନରେନ୍ଦ୍ର ନାଥ ସୋରେନଙ୍କର ରିଜର୍ଭ ପୋଲିସକୁ ବଦଳି ହୋଇଥିବା ବେଳେ ତାଙ୍କ ସ୍ଥାନରେ କୈଳାସ ଚନ୍ଦ୍ର ପଣ୍ଡାଙ୍କୁ ଅବସ୍ଥାପିତ କରାଯାଇଛି । ସେହିପରି ଇଛାପୁର ମନ୍ଦିର ଫାଣ୍ଡି ଅଧିକାରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ରିଜର୍ଭ ପୋଲିସକୁ ବଦଳି କରାଯାଇଥିବା ବେଳେ ତାଙ୍କ ସ୍ଥାନରେ କାହାରିକୁ ଅବସ୍ଥାପିତ କରାଯାଇନଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ