ଛଅ ଫୁଟ୍‌ର ଗୋଖର ସାପ ଉଦ୍ଧାର

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ଗ୍ରାମରୁ ପ୍ରାୟ ୬ ଫୁଟ୍ ଲମ୍ବର ଏକ ଗୋଖର ସାପ ଉଦ୍ଧାର ହୋଇଥିବା ଜଣାପଡିଛି । ସେହି ଗ୍ରାମର ଶିକ୍ଷକ ସଞ୍ଜୟ କୁମାର ରାଉତଙ୍କ ଘର ନିକଟରୁ ଏକ ଗୋଖର ସାପ ଉଦ୍ଧାର ହୋଇଛି । ଇଚ୍ଛାପୁରସ୍ଥିତ ସ୍ନେକ ହେଲପ ଲାଇନର ଆଶୁତୋଷ ମହାନ୍ତି ଏସମ୍ପର୍କରେ ଖବର ପାଇ କପାଳେଶ୍ୱର ଗ୍ରାମରେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ । ଶ୍ରୀ ମହାନ୍ତି ଏହି ୬ ଫୁଟ୍ ଲମ୍ବର ଗୋଖର ସାପଟିକୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡି ଦେଇଛନ୍ତି । ସେ ବିଗତ ୫ବର୍ଷ ମଧ୍ୟରେ ୪ହଜାରରୁ ଅଧିକ ବିଷଧର ସାପ ଧରିଥିବା ପ୍ରକାଶ କରିଛନ୍ତି । ତାଙ୍କର ଏଭଳିି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳର ଲୋକମାନେ ପ୍ରଶଂସା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ