ହାରାମଣୀ ମହାନ୍ତିଙ୍କ ପ୍ରଥମ ଶ୍ରାଦ୍ଧଦିବସରେ ଶ୍ରଦ୍ଧାଞ୍ଜଳି
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମର ସ୍ୱର୍ଗତା ହାରାମଣୀ ମହାନ୍ତିଙ୍କ ପ୍ରଥମ ଶ୍ରାଦ୍ଧଦିବସ ଅବସରରେ ଶ୍ୟାମସୁନ୍ଦରପୁର ପଞ୍ଚାୟତ କଲ୍ୟାଣ ମଣ୍ଡପ ପରିସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପ୍ରାକ୍ତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ଜୟନ୍ତ ମହାନ୍ତି, ରମାକାନ୍ତ ଦାଶ, ଜିଲ୍ଲା ଯୁବ ବିଜେଡି ସଭାପତି ରାଜେଶ ଦାସ, ରାଜେଶ ପଣ୍ଡା, ଭଜକୃଷ୍ଣ ରାଉତ, ଧିରେନ ସାହୁ, ମହମ୍ମଦ ଆକବର ଅଲ୍ଲୀ, ଶ୍ରୀନିବାସ ପ୍ରଧାନ, ପ୍ରଫୁଲ୍ଲ ସାହୁ, ଅଧ୍ୟାପକ ଅଜୟ ରାଉତ, ମଳୟ ଦାସ, ମୀର ମୁର୍ଶିଦ୍ଦ, ଡଃ. ବିଜୟଲକ୍ଷ୍ମୀ ମହାନ୍ତି, ଅବନ୍ତୀ ବେହେରା, ଓକିଲ ବିଚିତ୍ରାନନ୍ଦ ମହାନ୍ତି, ରମାକାନ୍ତ ମହାନ୍ତି, ଗୈାରପ୍ରସାଦ ମହାପାତ୍ର, ସମବାୟବିତ ସୁଶିଲ ସାମଲ, ପ୍ରମୋଦ ମହାପାତ୍ର, ଡା. ବିଶ୍ୱ ପ୍ରକାଶ କାନୁନଗୋ, ନାରାୟଣ ସାହୁ, ସାମ୍ବାଦିକ ଅକ୍ଷୟ ପତି, ପରିକ୍ଷୀତ ପାତ୍ର, ଜଗନ୍ନାଥ ଧଳ, ସୁବ୍ରତ ସାମଲ, ଲକ୍ଷ୍ମୀକାନ୍ତ ନାୟକ, ଶ୍ରୀକାନ୍ତ ନାୟକ, ବୈଷ୍ଣବ ପ୍ରଧାନ, ବିଜୟ ଅଗ୍ରୱାଲ, ମନୋରଞ୍ଜନ ଦାସ ପ୍ରମୁଖ ଯୋଗଦେଇ ସ୍ୱର୍ଗତା ମହାନ୍ତିଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ସତ୍ୟପ୍ରିୟ ଦାସ ଓ ସାଥିଙ୍କ ଦ୍ୱାରା ଭଜନ ପରିବେଷଣ କରାଯାଇଥିଲା ।