ହାତୀ ଆକ୍ରମଣରେ ଭାଙ୍ଗିଲା ଘର, ଦୁଇ ଆହତ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ କେ ବାଲିପାଳ ପଞ୍ଚାୟତ କଅଁଳେଇବାଲିପାଳ ଗ୍ରାମରେହାତୀ ଆକ୍ରମଣରେ ସୁକୁନା ମହାକୁଡଙ୍କ ଘରଭାଙ୍ଗିଯାିଛି । ଘର କାନ୍ଥ ପଡି ସୁକୁନା ମହାକୁଡ ଓ ତାଙ୍କ ଝିଅ ମୁକ୍ତା ମହାକୁଡ ଆହତ ହୋଇଥିବା ଜଣାଯାଇଛି । ସୁଚନାରୁ ଜଣାଯାଇଛି ଗତକାଲି ରାତିରେ ସୁକୁନା ମହାକୁଡଙ୍କ ପରିବାର ଲୋକେ ଖାଇପିଇ ଶୋଇଥବବା ସମୟରେ ଏକ ହାତୀ ଗାଁ ଭିତରକୁ ଆସି ଗାଁରେ ଅନେକ କ୍ଷୟକ୍ଷତି ଘଟାଇଥିଲା । ଅନେକ ଲୋକଙ୍କ ବାଡିର ଗଛପତ୍ର ନଷ୍ଟ କରିବା ସହିତ ସୁକୁନାଙ୍କ ଘରଟିକୁ ଭାଙ୍ଗି ଦେଇଥିଲା । ଘରର କାନ୍ଥ ପଡି ସୁକୁନା ମହାକୁଡ ସାମାନ୍ୟ ଆହତ ହୋିଥିବାବେଳେ ତାଙ୍କ ଝିଅ ମୁକ୍ତା ମହାକୁଡ ଗୁରୁତର ଆହତ ହୋଇଥିଲେ । ମୁକ୍ତାଙ୍କୁ କଟକ ବଡଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଆଜି ସକାଳେ କାଠକଟା ଫରେଷ୍ଟର କେଦାର ପାତ୍ର ଓ ସବୁଜ ବାହିନୀର ସଦସ୍ୟମାନେ ଗାଁରେ ପହଞ୍ଚି କ୍ଷୟକ୍ଷତି ବୁଲି ଦେଖିବା ସହିତ ଏଠାକାର ଲୋକମାନଙ୍କର ଜଂଗଲଜମି ପଟ୍ଟା କିମ୍ବା ଘରଡିହ ପଟ୍ଟା ନଥିବାରୁ କ୍ଷୟକ୍ଷତିର ସହାୟତା ମିଳି ପାରିବନି ବୋଲି କହିଥିଲେ । ଫଳରେ ଲୋକମାନଙ୍କ ଭିତରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଗ୍ରାମର ବୁଦ୍ଦିରାମ ପୁର୍ତ୍ତୀ, ସାଦ ହୋ, ଚରଣ ମହାକୁଡ, ଗମା ମହାକୁଡ, ବୁଧୁ ମହାକୁଡ, ଇନ୍ଦ୍ରମଣି ହୋ, ସାଉଁରୀ ପୁର୍ତ୍ତି, ର‌୍ୟଞ୍ଜିତା ହୋ, ବିର୍ସା ପୁର୍ତ୍ତୀ, ଜାଉଣୀ ମହାକୁଡ, ତୁରୀ ପୁର୍ତ୍ତୀ ପ୍ରମୁଖ ଗ୍ରାମବାସୀଙ୍କ ଅଭିଯୋଗ ଯେ ଜଂଗଲଜମି ପଟ୍ଟା ହେଉ କିମ୍ବା ଘରଡିହ ପଟ୍ଟା ଖଣ୍ଡିଏ ପାଇବାପରେ ଗ୍ରାମବାସୀମାନେ ବାରମ୍ବାର ପ୍ର।।ସନର ଦୃଷ୍ଟି ଆକର୍ଷଣ କରିଚାଲିଥିଲେବି ଆଜି ପର୍ଯ୍ୟନ୍ତ ପ୍ରଶାସନ କୌଣସି ପଦକ୍ଷେପ ନେଉ ନାହିଁ । ଫଳରେ ଏହି ଗ୍ରାମରେ ବସବାସ କରୁତବବା ଗ୍ରାମବାସୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବାବେଳେ ସରକାରୀ ଯୋଜନା ଓ ସହାୟତାରୁ ବଞ୍ଚିତ ହୋଇ ରହିଆସୁଛନ୍ତି । ଏଣୁ କେନ୍ଦୁଝର ଜିଲ୍ଲାପାଳ ଏଥିପ୍ରତି ଦଅଷ୍ଟିଦେଇ ଗ୍ରାମବାସୀଙ୍କ ଦାବି ପୁରଣକରିବାକୁ ସେମାନେ ନିବେଦନ କରିଚନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ