ତେଲେଙ୍ଗନା ପୋଲିସ ସମର୍ଥନରେ ବାହାରିଲେ କିନ୍ନର ମହାସଂଘ
ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍): ତେଲେଙ୍ଗାନା ରାଜ୍ୟର ହାଇଦ୍ରାବାଦରେ ଡ଼ାକ୍ତର ପ୍ରିୟଙ୍କା ରେଡ଼ିଙ୍କୁ ଯେଉଁଭଳି ଭାବରେ ଗଣଦୁଷ୍କର୍ମ କରାଯାଇ ଅତି ନିର୍ମମ ଭାବେ ପେଟ୍ରୋଲ ଢାଳି ନିଆଁ ଲଗାଇ ମାରି ଦିଆଗଲା ତାକୁ ସାରା ବିଶ୍ୱ ନିନ୍ଦା କରିବା ସହ ଦୁଷ୍କର୍ମକାରଙ୍କୁ ଫାଶୀଦଣ୍ଡ ଦେବା ପାଇଁ ଦାବି ଆଜି ତାହା ତେଲେଙ୍ଗାନା ପୋଲିସ୍ କରି ଦେଖାଇଦେଇଛି । ଏହି ତେଲେଙ୍ଗାନା ପୋଲିସ୍ର ଦୁଃସାହସକୁ ଓଡ଼ିଶା ପୋଲିସ୍ କିଛି ଶିକ୍ଷା ଗ୍ରହଣ କରନ୍ତୁ ବୋଲି ଆଜି ତେଲେଙ୍ଗାନା ପୋଲିସ୍ର ଏନ୍କାଉଣ୍ଟରେ ଡ଼ାକ୍ତର ରେଡ଼ିଙ୍କ ଦୁଷ୍କର୍ମକାରୀଙ୍କୁ ମାରିବା ଘଟଣାରେ ଆଜି ଟିଜି ସୁରକ୍ଷା ଟ୍ରଷ୍ଟର ସଭାନେତ୍ରୀ ମେନକା କିନ୍ନରଙ୍କ ନେତୃତ୍ୱରେ ପ୍ରାୟ ୧୦୦ଜଣ କିନ୍ନର ମାଷ୍ଟର କ୍ୟାଣ୍ଟିନ ଛକଠାରେ ଏକାଠି ହୋଇ ପ୍ରିୟଙ୍କା ରେଡ଼ି ଅମର ରହେ, ପ୍ରିୟଙ୍କା ରେଡ଼ିଙ୍କୁ ଉପଯୁକ୍ତ ନ୍ୟାୟ ମିଳିଛି ଆଦି ସ୍ଲୋଗାନ ଦେବା ସହିତ ତେଲେଙ୍ଗାନା ପୋଲିସ୍ର କାର୍ୟ୍ୟକଳାପ ପ୍ରଶଂସା କରିବା ସହିତ ତେଲେଙ୍ଗନା ପୋଲିସ୍ ଜିନ୍ଦାବାଦ ଭଳି ବିଭିନ୍ନ ସ୍ଲୋଗାନ ଦେବା ସହ ସାରା ଦେଶରେ ଘଟୁଥିବା ଏଭଳି ଦୁଷ୍କର୍ମକାରୀଙ୍କୁ ତୁରନ୍ତ ଗୁଳିକରି ମାରିଦିଆଯାଉ ବୋଲି ଦାବୀ କରିଥିଲେ । ଏତଦ୍ବ୍ୟତୀତ ଉଚ୍ଚତମ ନ୍ୟାୟାଳୟରୁ ନ୍ୟୟ ପ୍ରଦାନରେ ବହୁ ବିଳମ୍ବ ହେଉଥିବାରୁ ସେମାନେ ସାକ୍ଷୀମାନଙ୍କୁ ଧମକ ଚମକ ଦେଇ ସେମାନଙ୍କ ପାଟି ବନ୍ଦ କରିଦିଆଯାଉଥିବା ବେଳେ ଏଭଳି ତତ୍କ୍ଷଣାତ ନ୍ୟାୟ ପୀଡ଼ିତାମାନଙ୍କ ପରିବାରକୁ ନ୍ୟାୟ ଦେଇପାରିବ ବୋଲି ସେମାନେ ଦାବି କରିଥିଲେ । ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶରେ ଘଟୁଥିବା ଦୁଷ୍କର୍ମ ଘଟଣାରେ ଦୁଷ୍କର୍ମକାରୀଙ୍କୁ ଏହିଭଳି ଦଣ୍ଡ ମିଳୁ ବୋଲି ଓଡ଼ିଶା କିନ୍ନର ଓ ତୃତୀୟଲିଙ୍ଗୀ ମହାସଂଘର ପ୍ରତିଷ୍ଠାତା ସଭାପତି ପ୍ରତାପ କୁମାର ସାହୁ କେନ୍ଦ୍ର ସରକାରଙ୍କ ପାଖରେ ଦାବି କରିଛନ୍ତି । ଏହି କାର୍ୟ୍ୟକ୍ରମରେ ପୂଜା କିନ୍ନର, ଲକି କିନ୍ନର, ରିଆ କିନ୍ନର, ଶୁଭ କିନ୍ନର, ଯମୁନା କିନ୍ନର ପ୍ରମୁଖ ଉପସ୍ଥିତ ରହି କାର୍ୟ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ ।