ଭବାନିପାଟଣା ଠାରେ ତୃତୀୟ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ

ଭବାନିପାଟଣା, (ଯୁଗାବ୍ଦ ନ୍ୟୁଜ):ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହ ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପୁଷ୍ପେନ୍ଦ୍ର କୁମାର ସିଂହଦେଓ ଙ୍କ ଅଧ୍ୟକ୍ଷତା ରେ ତୃତୀୟ ଜିଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ରେ ଧର୍ମଗଡ ବିଧାୟକ ଶ୍ରୀ ମୌଶଧି ବାଗ , ଲାଞ୍ଜିଗଡ଼ ବିଧାୟକ ଶ୍ରୀ ପ୍ରଦୀପ କୁମାର ଦିଶାରି, ଜିଲ୍ଲପାଳ ପି ଅନ୍ୱେଷା ରେଡ୍ଡୀ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ। ଶ୍ରୀମତୀ ସୁଧୀରା ମେହେର,ସଦର ବିଧାୟକ ପ୍ରତିନିଧି ଶ୍ରୀ ମନୋଜ ସାହୁ ଏବଂ ଜୁନାଗଡ଼ ବିଧାୟକ ପ୍ରତିନିଧି ଦିନେଶ ବଗର୍ତ୍ତୀ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଥମେ ଅତିରିକ୍ତ ନିର୍ବାହୀ ଅଧକାରୀ ଜିଲ୍ଲା ପରିଷଦ ଶ୍ରୀ ବିରଞ୍ଚି ନାରାୟଣ ଦର୍ୱାନ ସମସ୍ତଙ୍କୁ ସ୍ବାଗତ କରିଥିଲେ।ଜିଲ୍ଳା ପରିଷଦ ଅଧ୍ୟକ୍ଷ ଶ୍ରୀ ସିଂହଦେଓ ଜିଲ୍ଲାର ଉନ୍ନତି ସକାଶେ ଓ ବିଭିନ୍ନ ଆଞ୍ଚଳିକ ସମସ୍ୟା ର ସମାଧାନ ନିମନ୍ତେ ବୈଠକ ରେ ଶାନ୍ତି ପୂର୍ଣ୍ଣ ଆଲୋଚନା ଓ ଗଠନ ମୂଳକ ସହାୟତା କରିବାକୁ ତଥା ବିଭାଗୀୟ ଅଧିକାରୀ ମାନଙ୍କୁ ନିଜ ଦାୟିତ୍ଵ ସଠିକ୍ ଭାବେ ନିର୍ବାହ ସହ ସମସ୍ୟା ର ସମାଧାନ ନିମନ୍ତେ ତୁରନ୍ତ ପଦକ୍ଷେପ ପାଇଁ ଅନୁରୋଧ କରିଥିଲେ । ସଭାପତିଙ୍କ ଅଧ୍ୟକ୍ଷତା ରେ ଦିବଂଗତ ସ୍ବାସ୍ଥ୍ୟ ମନ୍ତ୍ରୀ ସ୍ବର୍ଗତ ନବ କିଶୋର ଦାସ ଙ୍କ ସ୍ମୃତି ଉଦ୍ଦେଶ୍ୟ ରେ ୧. ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।ବୈଠକ ରେ ଡି.ଡି., ଡି.ପି.ଏମ୍.ୟୁ ଶ୍ରୀକାନ୍ତ ଦଳେଇ ଏଜେଣ୍ଡା ଅନୁଯାୟୀ ଗତ ୨୫.୦୮.୨୦୨୨ ରେ ଅନୁଷ୍ଠିତ ହୋଇ ଥିବା ଅନୂପାଳନ ବିବରଣୀ ପାଠ କରିଥିଲେ ଏବଂ ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଅଧ୍ୟକ୍ଷା ଉପସ୍ଥାପନ କରି ଥିବା ବିଭିନ୍ନ ପ୍ରଶ୍ନ ଉପରେ ବିଭାଗୀୟ ଅଧିକାରୀ ଉତ୍ତରକୁ ପାଠ କରିଥିଲେ ।ଜିଲ୍ଳା ପରିଷଦ ଅଧ୍ୟକ୍ଷ ଙ୍କ ଅଧ୍ୟକ୍ଷତା ରେ ବିଭିନ୍ନ ବିଭାଗ ଯଥା ଜଳ ଯୋଗାଣ, ସ୍ୱାସ୍ଥ୍ୟ, କୃଷି, ବିଦ୍ୟୁତ୍, ଶିକ୍ଷା, ଗ୍ରାମ୍ୟ ଉନ୍ନୟନ, ଉଠା ଜଳସେଚନ ଉପରେ ସମୀକ୍ଷା ହୋଇ ଥିଲା । ଜିଲ୍ଳା ପରିଷଦ ସଭ୍ୟ ଓ ବ୍ଲକ୍ ଅଧ୍ୟକ୍ଷ ନିଜ ନିଜ ଅଞ୍ଚଳ ର ବିଭିନ୍ନ ସମସ୍ୟା ଉପସ୍ଥlପନ କରି ବିଭାଗୀୟ ଅଧିକାରୀଙ୍କ ଠାରୁ ଉତ୍ତର ଓ ସମାଧାନ ସକାଶେ କାର୍ଯ୍ୟାନୁଷ୍ଠ।ନ ଗ୍ରହଣ କରିବାକୁ କହିଥିଲେ । ଜନ ଯୋଗାଣ ବିଭାଗ ତରଫରୁ ସୂଚନା ଯେ ୨୦୨୨-୨୩ ଖରିଫ ଋତୁରେ ୨.୨.୨୦୨୩ ସୁଦ୍ଧା ଧାର୍ଯ୍ୟ ଲକ୍ଷ୍ୟ ୫୫ ଲକ୍ଷ ୧୪ ହଜାର ୧୦୩ କ୍ଵିଣ୍ଟାଲ ଧାନ ଥିବା ବେଳେ ୫୦ ଲକ୍ଷ ୯୫ ହଜାର ୨୯୪ କ୍ଵିଣ୍ଟାଲ ଧାନ ସଂଗ୍ରହ ହୋଇଛି ଯାହାକି ୯୨% ପ୍ରତିଶତ ଅଟେ । ମୋଟ ୯୪ ଜଣ ମିଲର୍ ଅଂଶଗ୍ରହଣ କରିଥିବା ବେଳେ ୭୪ ଟି ପାକ୍ସ୍, ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ ୩୩ଟି, ୨୧୩ଟି ଧାନ ସଂଗ୍ରହ କେନ୍ଦ୍ର ସ୍ଥାପନ ହୋଇଥିଲା । ୯୮,୩୩୩ ଚାଷୀ ପଞ୍ଜୀକୃତ ଥିବା ବେଳେ ୦୨.୦୨.୨୦୨୩ ସୁଦ୍ଧା ୯୦,୨୩୪ ଜଣ ଚାଷୀ ଧାନ ବିକ୍ରୟ କରିଛନ୍ତି । ଚଳିତ ବର୍ଷ ଖରିପ୍ ଋତୁ ରେ ଧାନ ସଂଗ୍ରହ ଅତ୍ୟନ୍ତ ଶୃଙ୍ଖଳା ଏବଂ ଉତ୍ସାହଜନକ ର ସହ ସମାପନ ହୋଇ ଥିବା ଯୋଗୁଁ ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ପରିଷଦ ଅଧ୍ୟକ୍ଷ ଙ୍କୁ ଉପସ୍ଥିତ ସମସ୍ତ ଜିଲ୍ଲା ପରିଷଦ ସଭ୍ୟ ଓ ବ୍ଲକ୍ ଅଧ୍ୟକ୍ଷ ସାମୁହିକ ଭାବରେ ଧନ୍ୟବାଦ୍ ଦେଇଥିଲେ । ସେଭଳି ସ୍ବାସ୍ଥ୍ୟ ବିଭାଗ ଅନୁଯାୟୀ ୪୦୪ ଡାକ୍ତର ଆବଶ୍ୟକ ଥିବା ସତ୍ତ୍ବେ ୧୬୬ ଟି ପୂରଣ ହେଇଛି ଏବଂ ୨୩୮ ଟି ଖାଲି ପଡ଼ିଛି । ଆୟୁଷ ଡାକ୍ତର ୫୫ ଟି ଆବଶ୍ୟକ ସତ୍ତ୍ବେ ୨୬ ଟି ପୂରଣ ଓ ୨୯ ଟି ଖାଲି ପଡ଼ିଛି। ଷ୍ଟାଫ୍ ନର୍ସ ୨୫୩ ରୁ ୧୬୦ ଟି ପୂରଣ ହେଇଛି। ବିଶେଷଜ୍ଞ ୧୦୭ ରୁ ୩୭ ଟି ପୂରଣ ଓ ୭୦ ଟି ଖାଲି ପଡ଼ିଛି । ଜିଲ୍ଳା ରେ ୧୦୮ ଆମ୍ବୁଲାନ୍ସ ୨୧ ଟି ଏବଂ ୧୦୨ ଆମ୍ବୁଲାନ୍ସ ରୁ ୧୭ ଟି ରହିଛି । ବର୍ତ୍ତମାନ ଭବାନୀପାଟଣା ସହରାଞ୍ଚଳ ପି ଏଚ ସି କୁ ଛାଡି ଦେଲେ କେସିଙ୍ଗା ଓ ଜୁନାଗଡ଼ ରେ ସହରାଞ୍ଚଳ ପି.ଏଚ୍.ସି ର ସ୍ଥାପନ ପାଇଁ କାମ ଆରମ୍ଭ ହୋଇଛି । ସେହି ଭଳି ବାଇକ୍ ଆମ୍ବୁଲାନ୍ସ ରେ ଥିଆମୂଲ୍ ରାମପୁର, ଲାଞ୍ଜିଗଡ଼ ଓ ଏମ୍ ରାମପୁର ର ୩୩୩୪ ଜଣ ହିତାଧକାରୀ ଲାଭ ପାଇଛନ୍ତି । ପାନୀୟ ଜଳ ଯୋଗାଣ ରେ ଆର୍ ଡବ୍ଲୁ ଏସ୍ ଏସ ଦ୍ଵାରା ୪୧୨ ଟି ଗ୍ରାମ ରେ ୬ ଟି ମେଗା ପ୍ରୋଜେକ୍ଟ ସହ ୨୭୪ ଟି ଗ୍ରାମ ରେ ସୋଲାର ପାନୀୟ ଜଳ ଯୋଗାଣ ର ବ୍ୟବସ୍ଥା କରାଯିବ। ଡିସେମ୍ବର ୨୪ ସୁଦ୍ଧା ୨୦୬୨ଟି ରାଜସ୍ବ ଗ୍ରାମ ରେ ୫୪୬ ଟି ଗ୍ରାମ ପାଇପ୍ ପାନୀୟ ଜଳ ଯୋଗାଣ ରେ ସମ୍ପୂର୍ଣ୍ଣ ଭାବେ ଅନ୍ତର୍ଭୁକ୍ତ ହୋଇଯିବେ। ପାନୀୟ ଜଳ ଯୋଗାଣ ରେ ଅଚଲ ନଳକୂପ ମରାମତି ପାଇଁ ୧୫ ଟି ମୋବାଇଲ୍ ରିପାୟରିଂ ୟୁନିଟ୍ କାର୍ଯ୍ୟକ୍ଷମ ଅଛନ୍ତି। ବ୍ଲକ୍ ର ବିଭିନ୍ନ ପି ଏଚ୍ଚ ସି ରେ ଡାକ୍ତର ଓ ଟେକ୍ନିସିଆନ ଅଭାବରେ ଉତ୍ତର ରେ ସି ଡ଼ି ଏମ୍ ଓ ବର୍ତ୍ତମାନ ସରକାରଙ୍କ ଦ୍ଵାରା ଖୁବ୍ ଶୀଘ୍ର ଡାକ୍ତର ପଦବୀ ପୂରଣ କରାଯିବ ବୋଲି ପ୍ରତଶ୍ରୁତି ଦେଇଥିଲେ । ସେଭଳି ସଭ୍ୟ ଓ ଅଧିକାରୀ ମାନେ ଛତୁଆ ର ମାନ ଉପରେ ଅସନ୍ତୋଷ ପ୍ରକାଶ କରି ଛତୁଆ ଯୋଗାଣ କାରୀ ଙ୍କୁ ପରିବର୍ତ୍ତନ କରିବାକୁ ଜିଲ୍ଲପାଳଙ୍କୁ ନିବେଦନ କରିଥିଲେ । ଜଳ ଯୋଗାଣ ର ଅନିୟମିତତା, ବିଦ୍ୟୁତ୍ ତାର ଚୋରି, ଗ୍ରୀଷ୍ମ ଋତୁ ପୂର୍ବରୁ ଅଗ୍ରାଧିକାର ଭିତ୍ତିରେ ନଳକୂପ ମରାମତି, ଓଭରହେଡ ଟ୍ୟ।ଙ୍କ ରେ ପାଣି ଯୋଗାଣ, ଗ୍ରାମ୍ୟ ରାସ୍ତା, ୫ଟି ହାଇ ସ୍କୁଲ କାର୍ଯ୍ୟରେ ଜନ ପ୍ରତିନିଧି ଙ୍କୁ ଅଣଦେଖା, ଏଫ୍ ଏ କ୍ୟୁ ମାନର ଧାନ ଉତ୍ପାଦନ ସତ୍ତ୍ବେ କଏଦୀ ଚଟଣୀ ର ଶିକାର, ଶସ୍ୟ ବୀମା ପୈଠ, ଧାନ ମଣ୍ଡି ଖୋଲିବା, ସ୍ବାସ୍ଥ୍ୟ କେନ୍ଦ୍ର ଖୋଲିବା, ସ୍ବାସ୍ଥ୍ୟ କେନ୍ଦ୍ର ରେ ଔଷଧ ଅଭାବ, ବିଦ୍ୟୁତ୍ କରଣ, ବେଆଇନ ମଦ କୋଠୀ ଉପରେ ଚଢ଼ାଉ ଉପରେ ପଚରା ଯାଉଥିବା ବିଭିନ୍ନ ପ୍ରଶ୍ନର ଉତ୍ତର କୁ ଗୃହରେ ପାଠ କରାଯାଇଥିଲା। ସଭାଟିକୁ ସଫଳ ଆୟୋଜନ ରେ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ରେ ଚିନ୍ତାମଣି ନେଗି, ସୁରେଶ ସାହୁ, ବିମ୍ବାଧର ସାହୁ ପ୍ରମୁଖ ସହଯୋଗ କରିଥିଲେ । ଶେଷ ରେ ଅଧ୍ୟକ୍ଷ ଶ୍ରୀ ସିଂହ ଦେଓ ସମସ୍ତ ସହଯୋଗ କୁ ପ୍ରଶଂସା କରି ଧନ୍ୟବାଦ୍ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ