ଆର. ଉଦୟଗିରି ବ୍ଲକ ସମିତି ବୈଠକ କୁ ବିରୋଧ କଲେ ସମିତି ସଭ୍ୟ-ସଭ୍ୟା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ ପ୍ରଶାସନ ପକ୍ଷରୁ ୭ ତାରିଖ ମଙ୍ଗଳବାର ଦିନ ମାଙ୍କଡ଼ଡିଆଁ ଠାରେ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା l ଯାହାକୁ ବିରୋଧ କରି ପଞ୍ଚାୟତ ସମିତି ମେମ୍ବରମାନେ ଅସନ୍ତୁଷ୍ଟ ହେବା ସହ ଉକ୍ତ ବୈଠକ କୁ ବିରୋଧ କରିଥିଲେ l ହଁ ଆଜ୍ଞା ଏପରି ଏକ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଆର.ଉଦୟଗିରିରେ l ଗତକାଲି ଆର.ଉଦୟଗିରି ବ୍ଲକରେ ଥିବା ସମସ୍ତ ସମିତି ଓ ସରପଞ୍ଚଙ୍କୁ ନେଇ ଏକ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା l କିନ୍ତୁ ଉକ୍ତ ବୈଠକ ବ୍ଲକ କାର୍ଯ୍ୟାଳୟ ପରିସର ମଧ୍ୟରେ ନ କରି ପର୍ଯ୍ୟଟନ ସ୍ଥଳି ମାଙ୍କଡ଼ଡିଆଁ ରେ କାହିଙ୍କି କରାଗଲା ଏବଂ ନିୟମ ପ୍ରକାରେ ସମିତି ଓ ସରପଞ୍ଚ ମାନଙ୍କୁ ସାତ ଦିନ ପୂର୍ବରୁ ଏହି ବୈଠକର ଚିଠା ପ୍ରେରଣ କରିବା କଥା କିନ୍ତୁ ତାହା ନ କରି ସାମାଜିକ ଗଣ ମାଧ୍ୟମ ବା ୱାଟ୍ସଅପ ଜରିଆରେ ବୈଠକ ର ଦୁଇଦିନ ପୂର୍ବରୁ ସେମାନଙ୍କୁ ଚିଠା ପ୍ରଦାନ କରାଯାଇଥିଲା ଯାହାକୁ ନେଇ ଏବେ ଏହି ବ୍ଲକର ମହେନ୍ଦ୍ରଗଡ଼, ଆର.ଉଦୟଗିରି, ରାମଗିରି , ଡାବରାଗୁଡା, ବସ୍ତ୍ରୀଗୁଡା ଓ ଶବରପଲ୍ଲୀ ଭଳି ୬ ଗୋଟି ପଞ୍ଚାୟତର ସମିତି ସଭ୍ୟ ଓ ସଭ୍ୟମାନେ ଏହାକୁ ବିରୋଧ କରିବା ସହ ସେମାନଙ୍କୁ ଉନ୍ନୟନ ମୂଳକ କାର୍ଯ୍ୟରେ ସୂଚନା ଦିଆଯାଉନଥିବା ନେଇ ଆଜି ଆର.ଉଦୟଗିରି ଠାରେ ଏକ ସାମ୍ବାଦିକ ସମିଳନୀ କରି ଗଣମାଧ୍ୟମ ଆଗରେ ସମସ୍ତ ସୂଚନା ପ୍ରଦାନ କରିଥିଲେ l ଯେହେତୁ ଏହି ସମିତି ସଭ୍ୟ ଓ ସଭ୍ୟା ମାନେ କଂଗ୍ରେସ ଦଳରୁ ସମର୍ଥିତ ହୋଇଥିବା ବେଳେ ଏମାନଙ୍କୁ ବ୍ଲକ ଅଧକ୍ଷ ଲଷ୍ମୀନାରାୟଣ ଶବର ଏମାନଙ୍କୁ ବ୍ଲକର କୌଣସି ସୂଚନା ପ୍ରଦାନ କରୁନାହାନ୍ତି କି ସେମାନେ ଯଦି ବ୍ଲକ ଅଧକ୍ଷଙ୍କୁ କୌଣସି ଉନ୍ନୟନ ମୂଳକ କାର୍ଯ୍ୟ ବିସୟରେ ପଚାରିଲେ ସେ ସେମାନଙ୍କୁ ଅଣଦେଖା କରିବା ସହ ଏକ ଛତ୍ର ବାଦ ଶାସନ ଚଳାଇ ଥିବା ନେଇ ଆର.ଉଦୟଗିରି ସମିତି ସଭ୍ୟା ଝୁନୁ ବେହେରା ସୂଚନା ଦେଇଛନ୍ତି l ସେପଟେ ଆମକୁ ନ ଜଣାଇ ବ୍ଲକକୁ ଆସୁଥିବା ଉନ୍ନୟନ ଲାଗି ବିଭିନ୍ନ ପ୍ରକଳ୍ପ ବଣ୍ଟନରେ ପାତର ଅନ୍ତର କରାଯାଉଛି l ପ୍ରକଳ୍ପ ଅନ୍ୟ ମାନଙ୍କୁ ପ୍ରଦାନ କରାଯାଉଛି ଯଦି ସେ ଉପରେ ଆମେ ପ୍ରତିବାଦ କରିବୁ ତାହାହେଲେ ସେମାନେ ଆମକୁ ଟଙ୍କା ଦିଅନ୍ତୁ କାମ କରନ୍ତୁ ବୋଲି ବ୍ଲକ ଅଧକ୍ଷ କହୁଥିବା ମହେନ୍ଦ୍ରଗଡ଼ ସମିତି ସଭ୍ୟ ପୂର୍ଣ୍ଣଚନ୍ଦ୍ର ଗମାଙ୍ଗ ଗଣମାଧ୍ୟମ ଆଗରେ ସୂଚନା ଦେଇଛନ୍ତି l ଅନ୍ୟପଟେ ଏହି ସମସ୍ତ ସମିତି ସଭ୍ୟ ସଭ୍ୟା କଂଗ୍ରେସ ଦଳର ସମର୍ଥିତ ହୋଇଥିବା ହେତୁ ଏମାନଙ୍କୁ ଅଣ ଦେଖା କରୁଥିବା ସେମାନେ ଅଭିଯୋଗ କରିଛନ୍ତି l ସେପଟେ ଆସନ୍ତା କାଲି ଗୁରୁବାର ୯ ତାରିଖ ଦିନ ଆର.ଉଦୟଗିରି ବିଡ଼ିଓ ଙ୍କୁ ସମିତି ସଭ୍ୟ, ସଭ୍ୟା ଙ୍କୁ ଅଣଦେଖା କରୁଥିବା ହେତୁ ଏକ ଦାବିପତ୍ର ପ୍ରଦାନ କରାଯିବ ବୋଲି ସମସ୍ତ ସମିତି ସଭ୍ୟ ସୂଚନା ଦେଇଛନ୍ତି l ଅନ୍ୟପଟେ ବ୍ଲକ ଅଧକ୍ଷ ଲଷ୍ମୀନାରାୟଣ ଶବର ଙ୍କ ଏନେଇ କୌଣସି ପତିକ୍ରିୟା ମିଳିପାରିନାହିଁ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ