ମୋହନା ବିଡ଼ିଓଙ୍କୁ ବିଜେପିର ସ୍ମାରକ ପତ୍ର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ମୋହନା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରକୃତ ହିତାଧିକାରୀଙ୍କୁ ସାମିଲ ପାଈଁ ଦାବି କରିଛି ବ୍ଲକ୍ ବିଜେପି l ଗୁରୁବାର ଏ ସଂମ୍ପର୍କରେ ଏକ ସ୍ମାରକ ପତ୍ର ମୋହନା ବିଡ଼ିଓଙ୍କ ଉଦ୍ଦେଶ୍ୟରେ ଆକାଉଣ୍ଟ ଅଧିକାରୀ ଲକ୍ଷ୍ମଣ ଚରଣ ଟୁଡୁଙ୍କୁ ପ୍ରଦାନ କରାଯାଇଛି l ବିଶେଷ କରି ମୋହନା ବ୍ଲକ୍ ରେ ଗତ ୨୦୧୯ ଓ ୨୦୨୦ ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରକୃତ ହିତାଧିକାରୀଙ୍କୁ ସାମିଲ କରlଯାଇଥିଲା l କିନ୍ତୁ ଗତ ୨୦୨୧ ଓ ୨୦୨୨ ରେ ପ୍ରକୃତ ହିତାଧିକାରୀଙ୍କୁ ସାମିଲ କରାଯାଇ ନାହିଁ l ଅନେକ ଗରିବ ଲୋକ ଏହି ଯୋଜନାରୁ ବାଦ ପଡ଼ିଛନ୍ତି l ତେଣୁ ତୁରନ୍ତ ଏହାର ଅନିଧ୍ୟାନ କରି ଆବାସ ଯୋଜନାରେ ସାମିଲ କରିବାକୁ ଦାବି କରିଛି ବିଜେପି l ଏହି ଦାବି ପତ୍ର ପ୍ରଦାନ ବେଳେ ବିଜେପି ଗଜପତି ଜିଲ୍ଲା ଉପ ସଭାପତି ପ୍ରଶାନ୍ତ କୁମାର ମଲ୍ଲିକ, ମୋହନା ମଣ୍ଡଳ ସଭାପତି ସତ୍ୟ ନାରାୟଣ ଦଣ୍ଡସେନl ଓ ବରିଷ୍ଠ ନେତା ମନୋଜ ସାହୁଙ୍କ ସମେତ ବହୁ ବିଜେପି କର୍ମୀ ଯୋଗଦେଇଥିଲେ l


