ମୋହନା ଦିନରେ ଗରମ ରାତିରେ ଜାଡ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଦିନକୁ ଦିନ ମୋହନା ସଦର ମହକୁମା ସମେତ ବ୍ଳକର ବିଭିନ୍ନ ପଞ୍ଚାୟତରେ ଶୀତର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି। ଦିନରେ ଉତ୍ତାପ ବୄଦ୍ଧି ପାଉଥିବା ବେଳେ ସଂନ୍ଧ୍ଯା ହେଲା ମାତ୍ରକେ ଜାଡ ଅନୁଭୂତ ହେଉଛି। ସକାଳ ୯ଟା ପର୍ଯ୍ୟନ୍ତ ଶୀତ ଲାଗି ରହୁଛି । ଯାହାଫଳରେ ଖଟିଖିଆ ,ଦିନ ମଜୁରିଆ , ସରକାରୀ ଓ ବେସରକାରୀ କର୍ମଚାରୀମାନେ ନିଜ କର୍ମକ୍ଷେତ୍ରକୁ ଯିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଉପାନ୍ତ ଅଞ୍ଚଳର ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।କମ୍ବଳ ଓ ଶୀତବସ୍ତ୍ର ଅଭାବରୁ କାଠଗଣ୍ଡିରେ ନିଆଁ ଲଗାଇ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ନିଆଁ ପାଖରେ ବସି ରହୁଛନ୍ତି। ମୋହନା ସହରରେ ବସବାସ କରୁଥିବା ଲୋକେ ସକାଳ ଓ ସଞ୍ଜରେ ସୁଇଟର, ଜାକେଟ, ଶାଲ, ଟୋପି ଆଦି ଶୀତବସ୍ତ୍ର ପରିଧାନ କରି ପଦାକୁ ବାହାରୁଛନ୍ତି। ବୄଦ୍ଧ, ବୄଦ୍ଧା ଓ ବୟସ୍କ ବ୍ୟକ୍ତିମାନେ ଛକ ସ୍ଥାନ ମାନଙ୍କରେ ନିଆଁ ପୁଇଁ ଶୀତ ଦାଉରୁ ରକ୍ଷା ପାଉଛନ୍ତି। ଅର୍ଥ ଅଦ୍ଭାବରୁ ଶୀତବସ୍ତ୍ରରୁ ବଞ୍ଚିତ ଦୁର୍ଗମ ଅଞ୍ଚଳର ଲୋକମାନଙ୍କୁ କମ୍ବଳ, ଶାଲ ଯୋଗାଇ ଦେବାପାଇଁ ପ୍ରଶାସନକୁ ଅଞ୍ଚଳବାସୀ ଅନୁରୋଧ କରିଛନ୍ତି। ବର୍ତ୍ତମାନ ମୋହନା ବ୍ଲକରେ ଦିନର ତାପମାତ୍ର ୩୨ ଓ ରାତିର ତାପମାତ୍ରା ୧୩ ଡିଗ୍ରୀ ସେଲସିୟସ ରହିଥିବା ପାଣିପାଗ ସୂଚନା କେନ୍ଦ୍ରରୁ ଜଣାପଡିଛି।


