ଚନ୍ଦନ କାଠ ଚୋରି ଗାଡି ଛାଡି ଧାଇଁଲେ ଯୁବକ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଚନ୍ଦନ କାଠ ଓ ଗାଡି ଛାଡି ଧାଇଁଲେ ଯୁବକ l ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ବନାଞ୍ଚଳରେ l ସୂଚନା ପ୍ରକାରେ ରାତି ପ୍ରାୟ ୨ଟା ସମୟରେ ମୋହନା ପୁଲିସ ଓ ସ୍ଥାନୀୟ ବନ ବିଭାଗ ମିଳିତଭାବେ ରାତ୍ରକାଳୀନ ପେଟ୍ରୋଲିଙ୍ଗ କରିବା ବେଳେ ଶିକୁଳିପଦର ପଞ୍ଚାୟତ ରାଜ୍ୟ ରାଜପଥ ତଲାସିଂ ନିକଟରେ ରାସ୍ତା ପାର୍ଶ୍ୱରେ ବାଇକ ଓ ଚନ୍ଦନ କାଠ ଫୋପାଡି ଦେଇ ଧାଇଁଲା ଯୁବକ l ପେଟ୍ରୋଲିଙ୍ଗ ଟିମ ଉକ୍ତ ବାଇକ ପାଖରେ ପହଞ୍ଚି ଚନ୍ଦନକାଠ ଓ ବାଇକକୁ ଜବତ କରିଛି ବନବିଭାଗ l ହେଲେ ଅନ୍ଧାର ରାତି ହୋଇଥିବାରୁ ଆସାମୀ ଫେରାର ହେବାରେ ସଫଳ ହୋଇଛି l ଜବତ ଚନ୍ଦନ କାଠର ମୂଲ୍ୟ ବଜାରରେ ୨୦ ହଜାରରୁ ଉର୍ଦ୍ଧ୍ବ ଟଙ୍କା ହେବ ବୋଲି ବନ ବିଭାଗ ସୂଚନା ଦେଇଛି l


