ବାଲୁକେଶ୍ବର ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ

ପୋଲସରା, (ଅନିଲ କୁମାର ମହାରଣା):ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ରାଣୀପଡ଼ା ବାଲୁକେଶ୍ୱର ଉଚ୍ଚ ବିଦ୍ୟାଳୟର ୨୭ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୂଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ। ଦଶମ ଶ୍ରେଣୀ ପର୍ଯ୍ୟନ୍ତ ହେଉଛି ଶିକ୍ଷା ଗ୍ରହଣର ମୂଳଦୁଆ। ଏହି ସମୟ ହେଉଛି ବିଦ୍ୟା ଆହରଣ ଉତ୍କୃଷ୍ଟ ସମୟ। ଏହି ସମୟକୁ ହାତଛଡା ନକରି ଅଭିଭାବକ ଓ ଶିକ୍ଷକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉଜ୍ଜ୍ୱଳ ମାର୍ଗ ଦର୍ଶନ କରାଇଲେ ସେମାନେ ଉତ୍ତମ ନାଗରିକ ହୋଇପାରିବେ ବୋଲି ମନ୍ତ୍ରୀ ଶ୍ରୀ ସାହୁ ବକ୍ତବ୍ୟ ପ୍ରଦାନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୈଳାଶ ଚନ୍ଦ୍ର ମୁଦୁଲିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବାର୍ଷିକ ଉତ୍ସବରେ ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଭବାନୀ ଶଙ୍କର ରଥ, ସମ୍ମାନିତ ଅତିଥି ଭାବେ ପୂର୍ବତନ ନଗରପାଳ ପ୍ରଫୁଲ୍ଲ ପ୍ରଧାନ, ନଗରପାଳିକା ସଙ୍ଗୀତା ବେହେରା, ଉପନଗରପାଳ ସନ୍ତୋଷ କୁମାର ବେହେରା, ସାଂସଦ ପ୍ରତିନିଧି ମୋତିରାମ ସାହୁ, ହାଇସ୍କୁଲ ପରିଚାଳନା କମିଟି ସଭାପତି ଦୁର୍ଯ୍ୟୋଧନ ସାହୁ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦୁର୍ଗାପ୍ରସାଦ ମିଶ୍ର, କାଉନସିଲର ଅନୀଲ କୁମାର ସାହୁ, ରବିନ୍ଦ୍ର ସାହୁ, ଲକ୍ଷ୍ମଣ ପରିଡ଼ା, ବିଜେଡି ନଗର ସଭାପତି ରଞ୍ଜିତ ସାହୁ, ସମାଜସେବୀ ଶିଶିର ବେହେରା, ମହିଳା ବିଜେଡି ନଗର ସଭାନେତ୍ରୀ କନକ ମଞ୍ଜରୀ ରାଉତ, ରାଣୀପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୂର୍ଯ୍ଯନାରାୟଣ ସାହୁ ଯୋଗଦେଇଥିଲେ। ସହକାରୀ ଶିକ୍ଷକ ରାଧା ମାଧବ ପ୍ରଧାନ ବାର୍ଷିକ ବିବରଣୀ ପଠନ କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ କୃତ୍ତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥି ବୃନ୍ଦ ପୁରସ୍କାର ପ୍ରଦାନ କରିଥିଲେ। ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ